jayashree

ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ପରଲୋକ

ସଇଁତଲା, (ଖୁସିରାଣୀ ସାହୁ) : ଗତ ସୋମବାର ଦିନ ସଇଁତଲା ବ୍ଲକର ଗଣ୍ଡପତରାପାଲି ଗ୍ରାମର ପ୍ରଧାନ ଶିକ୍ଷକ ଜୟଦେବ ନାଏକଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ୪୨ ବର୍ଷ ଅଞ୍ଚଳରେ ଶିକ୍ଷାଦାନ କରି ଆଦର୍ଶ ଶିକ୍ଷକ ଭାବରେ ପରିଚୟ ସୃଷ୍ଟି କରିଥିଲେ । ସେ ୩୩ ବର୍ଷ ଖଣ୍ଡାୟତ ସମାଜର ସଭାପତି ଭାବରେ ଅଞ୍ଚଳରେ ପ୍ରତିଷ୍ଠା ଅର୍ଜନ କରିଥିଲେ । ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁଅ ଗୋଲାବାରୁଦ କାରଖାନାର କର୍ମଚାରୀ ଅଶୋକ ନାଏକ, ଜେ.ଆଇ.ଟିଏମର ଅଧ୍ୟକ୍ଷ ଡ଼ଃ. ଅନଙ୍ଗ ଉଦୟ ନାଏକ, ପୁତ୍ର ବଧୂ, ଦୁଇ ଝିଅ, ନାତି ନାତୁଣୀ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ଶହ ଶହ ଲୋକ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.