
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଦୁଲକିବନ୍ଧ ନିକଟରେ ଦୁର୍ଘଟଣା ଜନିତ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସମ୍ପର୍କୀୟ । ସୂଚନାନୁଯାୟୀ, ମଙ୍ଗଳବାର ଅପରାହ୍ନରେ ବିଜମରା ନିକଟରେ ଏକ ପିକଅପ ନଂ. ଓଡି ୦୫ ଏ ଡବ୍ଲୁ ୯୦୭୧ ଏବଂ ବୁଲେଟ ହଣ୍ଟର ନ. ଓଡି ୦୮ଏସ୍ ୫୭୮୨ ସାମ୍ନା ସାମ୍ନୀ ଧକ୍କା ହୋଇଥିଲା । ଫଳରେ ଦୁଲକିବନ୍ଧ ଗ୍ରାମର ସୁମନ୍ତ ମାଝୀ ଏବଂ ଜୟନ୍ତ ନାଏକ ନାମକଦୁଇ ଯୁବକ ଗୁରୁତର ହୋଇଥିଲେ । ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ଡାକ୍ତର ସେଠାରେ ସୁମନ୍ତଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ବ୍ୟବଚ୍ଛେଦ ପରେ ଆଜି ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା । ସମ୍ପର୍କୀୟ ମାନେ କ୍ଷତିପୂରଣ ଦାବିକରି ମୋଟେର – ଜୟପାଟଣା ରାସ୍ତାର ଦୁଲକିବନ୍ଧ ଛକ ନିକଟରେ ରାସ୍ତାରୋକ କରିଛନ୍ତି । ଫଳରେ ଏହି ରାସ୍ତାରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ଜୟନ୍ତଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ କଲମପୁର ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ଷଡ଼ଙ୍ଗୀ ପହଞ୍ଚି ମୃତକଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରୁଛନ୍ତି । କଲମପୁର ଆଇଆଇସି ସୁନିଲୋ କନ୍ଦାଗୋରୀ, ଏସ୍ଆଇ ଶିବଶଙ୍କର ମହାନ୍ତି, ବଡ କୁଟ୍ରୁ ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ପ୍ରମୁଖ ଉପସ୍ଥିତ ଅଛନ୍ତି । ଖବର ଲେଖାହେବା ଯାଏ କୌଣସି ସମାଧାନ ହୋଇପାରିନାହିଁ ।