
ତୁଷୁରା, (କେପିଏନ୍ଏସ୍) : ଦ୍ୱିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ସମରା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ମଞ୍ଜରୀ କାଲୋଙ୍କ ଆବାହକତ୍ୱରେ ଓ ବିଇଓ ନମିତା ଭୋଇଙ୍କ ଅଧ୍ୟକ୍ଷତାରେ ସ୍ଥାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୁଡଭେଲା ବିଡିଓ ଗୁରେଶ୍ଵର ଭୋଇ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ପଣ୍ଡା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୋଲାପ ସେଠ, ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ବିପିନ ବାଗ, ସାଂସଦ ପ୍ରତିନିଧି ଦୀନବନ୍ଧୁ ବେହେରା, ବିଧାୟକ ପ୍ରତିନିଧି ଶରତ କୁମାର ସାହୁ, ଏସ୍ଏମ୍ସି ଚେୟାରମେନ ସୁବିଜ୍ଞ ସାହୁ, ସମିତି ସଭ୍ୟା ପୁଷ୍ପାଞ୍ଜଳି କୁମ୍ଭାର, ଶିକ୍ଷାବିତ ରାମଚନ୍ଦ୍ର ପ୍ରଧାନ, ଶମ୍ଭୁ ପୁରୋହିତ ଓ ଗୌତମ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ ରମେଶ ଚନ୍ଦ୍ର ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ବ୍ଲକର ସମସ୍ତ ସିଆର୍ସିସି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ । ଶେଷରେ ସୁଧାଂଶୁ ପୁଟା ଧନ୍ୟବାଦ ଅର୍ପଣ କରିଥିଲେ ।