jayashree

ବେଆଇନ କାରବାରରେ ଲିପ୍ତ ଥିବା ୬ଟି ଘରକୁ ମାଟିରେ ମିଶାଇଲା ଆର୍‌ଏସ୍‌ପି ଓ ପୋଲିସର ମିଳିତ ପ୍ରଶାସନ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ କିଛିଦିନ ହେଲା ଡ୍ରଗ୍ସ କାରବାରକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ରାଉରକେଲା ସହରରର ମିନାପଡା ଅଞ୍ଚଳରେ ବାରମ୍ବାର ରେଡ୍ ହେବା ପରେ, ଆଜି ରାଉରକେଲା ପୋଲିସ୍ ପ୍ରଶାସନ ଏବଂ ରାଉରକେଲା ଇସ୍ପାତ କାରଖାନାର ମିଳିତ ଅଭିଯାନରେ ଡ୍ରଗ୍ସ (ବ୍ରାଉନ ସୁଗାର) ବେପାର ସହିତ ସମ୍ପୃକ୍ତ ଥିବା ୬ଟି ବାସଗୃହକୁ ମାଟିରେ ମିଶାଇ ଦେଇଛି ପୋଲିସ୍ ଓ ଆର୍‌ଏସ୍‌ପିର ସହର ସେବା ବିଭାଗ । ଏସବୁ ଘରକୁ ଉଚ୍ଛେଦ ପାଇଁ ଗତ ୨୦୨୬ ମେ ୨୮ ତାରିଖରେ ରାଉରକେଲା ଇସ୍ପାତ କାରଖାନା ସହର ସେବା କାର୍ଯ୍ୟାଳୟ (ଇଷ୍ଟେଟ ଅଫିସ) ପକ୍ଷରୁ ନୋଟିସ୍ କରାଯାଇଥିଲା । ଏଠାରେ ପ୍ରଣିଧାନ ଯୋଗ୍ୟ ଯେ, ୧୨ ଦିନ ପୂର୍ବରୁ ଉଚ୍ଛେଦ ପାଇଁ ନୋଟିସ୍ ଦିଆଯାଇଥିଲେ ମଧ୍ୟ ଆଜି ସୁଦ୍ଧା ଅଭିଯୁକ୍ତମାନେ ଘର ଖାଲି କରି ନଥିଲେ । ଆଜି ସକାଳେ ୧ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ରାଉରକେଲା ଇସ୍ପାତ କାରଖାନା ସହର ସେବା ବିଭାଗର କର୍ମଚାରୀମାନେ ବୁଲଡୋଜର ସହିତ ସେଠାରେ ପହଞ୍ଚି ଇଲେକ୍ଟ୍ରିକ୍ ଲାଇନ୍ ଓ ୱାଟର ଲାଇନ୍ (ବିଦ୍ୟୁତ ଓ ପାଣି) ସଂଯୋଗକୁ କାଟିବା ପରେ ଘର ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ । ଅନ୍ୟପକ୍ଷରେ ଘରେ ରହୁଥିବା ଅଭିଯୁକ୍ତମାନଙ୍କ ପରିବାର ଘରୁ, ଘର ଆସବାବ ସହିତ ଖଟ, ପଲଙ୍କ, ଏୟାର କଣ୍ଡିସନର ବାହାର କରିବା ଦେଖାଯାଇଥିଲା । ଅପରାହ୍ନ ସୁଦ୍ଧା ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବା ଦେଖାଯାଇଥିଲା ।

Leave A Reply

Your email address will not be published.