ଆଗଲପୁର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

csstore

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବିଜେପି ଦଳ ମଣ୍ଡଳ ସଭାପତି ହିମାଂଶୁ ସାହୁଙ୍କ ତତ୍ତ୍ଵାବଧାନରେ ଆଗଲପୁର କଲ୍ୟାଣ ମଣ୍ଡପ ଠାରେ, ଏକସଭା ଆୟୋଜିତ ହୋଇଥିଲା । ପାଣ୍ଡବ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମଣ୍ଡଳ ପଦାଧିକାରୀ ଏବଂ ଶକ୍ତିକେନ୍ଦ୍ର ପ୍ରଭାରୀ ମାନେ ଯୋଗଦେଇଥିଲେ । ଉକ୍ତ ବୈଠକରେ ସ୍ଵାସ୍ଥ୍ୟମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗଙ୍କୁ ଆଗଲପୁର ଠାରେ ହେବାକୁ ଯାଉଥିବା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ସମସ୍ତେ ଧନ୍ୟବାଦ ଜଣାଇଥିଲେ । ଉକ୍ତ ସଭାରେ ଆଗଲପୁର ଯୁବମୋର୍ଚ୍ଚା ସଭାପତି, ସୁକେଶ ଥପା, ମଣ୍ଟୁ ସାହୁ, ପିଣ୍ଟୁ ସାହୁ, ପ୍ରେମାନନ୍ଦ ପ୍ରଧାନ, ରାଜୀବ ଭୋଇ, ସିଭିଲ ସାହୁ, ସଞ୍ଜୟ ମେହେର, ରୋହିଣୀ ସାହୁ, ଚମ୍ପେଶ୍ୱର ଦୋରା, ନବୀନ ମହାକୁର, ଗୌର ମେହେର, ମଣ୍ଟୁ ମେହେର, ଜୟନ୍ତ ସେଠ, ନରେନ୍ଦ୍ର ଗଡ଼ତିୟା, ଡିଙ୍ଗର ଜାଲ, ଦୁଃଖନାଶନ ପ୍ରଧାନ, ପ୍ରଦୀପ ସ୍ୱାଇଁ ପ୍ରମୁଖ ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ପରିଶେଷରେ ସଂଜୀବ ଦାସ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।

Leave A Reply

Your email address will not be published.