jayashree

ଟିଟିଲାଗଡ ବଣିକ ସଂଘର କାର୍ଯ୍ୟକାରୀ ସଦସ୍ୟଙ୍କୁ ନେଇ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଦ୍ୱିପହର ସମୟରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ବଣିକ ସଂଘର କାର୍ଯ୍ୟକାରୀ ପରିଷଦ ବୈଠକ ସଭାପତି ଶମ୍ଭୁ ପ୍ରସାଦ ଗୋଏଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କିଛି ବିଷୟକୁ ନେଇ ଆଲୋଚନା ହୋଇଥିଲା । ସେଗୁଡ଼ିକ ମଧ୍ୟରୁ ଗୁରୁବାର (ଦ୍ୱିତୀୟାର୍ଦ୍ଧ) ସାପ୍ତାହିକ ବଜାର ବନ୍ଦ ସମ୍ପର୍କରେ ଆଲୋଚନା କରିବା ସହ ସହରର ଅନ୍ୟାନ୍ୟ ସଙ୍ଘର ସଭାପତି ଓ ସଦସ୍ୟଙ୍କୁ ନେଇ କେଉଁ ଦିନ ସପ୍ତାହରେ ଦୋକାନ ବଜାର ବନ୍ଦ କରିବାକୁ ଠିକ ରହିବ ସେନେଇ ବିସ୍ତୃତ ଆଲୋଚନା କରାଯିବ ବୋଲି କହିଛନ୍ତି । ତା ପରେ ନିର୍ଣ୍ଣୟ ନିଆଯିବ ବୋଲି କହିଥିଲେ ସଭାପତି ଶ୍ରୀ ଗୋଏଲ । ଆଗକୁ ସଙ୍ଘର ଅନ୍ୟାନ୍ୟ କାର୍ଯ୍ୟପନ୍ଥା ବିଷୟରେ ଆଲୋକପାତ କରିବା ସହ ସଂଘର ଉନ୍ନତି ନିମନ୍ତେ କଣ କଣ ପଦକ୍ଷେପ ଗ୍ରହଣ କରାଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ବୈଠକରେ ସଭାପତି ଶମ୍ଭୁ ପ୍ରସାଦ ଗୋଏଲ, ସମ୍ପାଦକ ଗୋପାଲ ଜୈନ, ଉପ ସଭାପତି ସଞ୍ଜୟ ସୋନି, କୋଷାଧକ୍ଷ ଗଙ୍ଗାଧର ଶର୍ମା, ସହ ସମ୍ପାଦକ ଅମନ ଗୋଏଲ, ବରିଷ୍ଠ ସଦସ୍ୟ ଈଶ୍ୱର ଚାନ୍ଦ ଜୈନ, କାର୍ଯ୍ୟକାରୀ ସଦସ୍ୟ ନିରଞ୍ଜନ ଶର୍ମା, ଲିଙ୍ଗରାଜ ସାହୁ, କ୍ଷୀରସିନ୍ଧୁ ଦର୍ଜୀ, ଅଙ୍କୁର ଅଗ୍ରୱାଲ, ବିଜୟ ଜୈନ, ରାଜେଶ ଜୈନ, ବିବେକ ଜୈନ, ମନୀଷ ଗୁପ୍ତା, ପଙ୍କଜ ଜୈନ, ବିହାରୀ ଲାଲ ଅଗ୍ରୱାଲ ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.