jayashree

ଛତ୍ରପୁର ପୌରାଞ୍ଚଳ ଅନ୍ତର୍ଗତ ପୁତିଗୋପାଳପୁରରେ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ କୋହଲା ଯାତ୍ରା ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌରାଞ୍ଚଳ ଅନ୍ତର୍ଗତ ପୁତିଗୋପାଳପୁର ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ କୋହଲା ଯାତ୍ରା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ ଘଡ଼ଘଡ଼ାପଲ୍ଲୀ ଗ୍ରାମର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର ପକ୍ଷରୁ ଏହି ଅଧ୍ୟାତ୍ମିକ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସଭାପତି ତଥା କଳାରତ୍ନ ଏବଂ ଜୟଦେବ ପୁରସ୍କାରପ୍ରାପ୍ତ ଦାସୁଡୁଗୁରୁ ଡକ୍ଟର ଆର୍. ସତ୍ୟମ ରେଡ୍ଡୀଙ୍କ ନେତୃତ୍ୱରେ କଳାକାରମାନେ ବହୁ ଦାସୁଡ଼ୁ ସେବାଧାରୀଗଣ କୋହଲା ନୃତ୍ୟ ପରିବେଷଣ କରି ଅଗଣିତ ଭକ୍ତଜନଙ୍କୁ ଭକ୍ତି ଭାବନାରେ ବିମୋହିତ କରିଥିଲେ । ମହିଳା ଭକ୍ତଙ୍କ ହୁଳହୁଳି ଧ୍ୱନି ସାଂଗକୁ ଦାସୁଡ଼ୁମାନଙ୍କ ଶ୍ରୀ ହରି ନାମ ଗାଇ ମୃଦଙ୍ଗ ଝାଞ୍ଜ ବାଦନରେ ଏହି ସ୍ଥାନଟି ମୁଖରିତ ହୋଇ ଉଠିଥିଲା । ପୁତିଗୋପାଳପୁର ଗ୍ରାମର ବିଶିଷ୍ଟ ସମାଜସେବୀ କର୍ତ୍ତା ପି. ନଗେୟା ରେଡ୍ଡୀ ଏହି କାର୍ଯ୍ୟକ୍ରମରେ ପୃଷ୍ଠପୋଷକତା ଗ୍ରହଣ କରିଥିଲେ । ଅଗଣିତ ଭକ୍ତଜନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବର୍ଣ୍ଣାଢ଼୍ୟ ଉତ୍ସବରେ ଆୟୋଜିତ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ କୋହଲା ଯାତ୍ରାର ମହତ୍ତ୍ୱ ବିଷୟରେ ଅବଗତ ହୋଇ ଠାକୁରଙ୍କ ବିଭୂକୃପା ଲାଭ କରିଥିଲେ ।

Leave A Reply

Your email address will not be published.