jsm

ବିଜେପିର ସାଂଗଠାନିକ ସଭା ସହ ମିଶ୍ରଣ ଓ ସମ୍ବର୍ଦ୍ଧନା ସଭା

csstore

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୀତା ଭବନ ପରିସରରେ ଭାରତୀୟ ଜନତା ପାର୍ଟିର ଏକ ସାଂଗଠନିକ ସଭା ସହ ମିଶ୍ରଣ ପର୍ବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭରେ ଜିଲ୍ଲା ତଥା ରାଜ୍ୟ ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସମେତ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଉପସ୍ଥିତ ରହିଥିବା ବେଳେ ସମ୍ଭାବ୍ୟ ଏନ୍‌ଏସି ନିର୍ବାଚନକୁ ଆଖି ଆଗରେ ରଖି ଅନେକ ଦିଗ ଉପର ଆଲୋଚନା ସହ ଅନେକ ମହିଳା ଓ ପୁରୁଷ କାର୍ଯ୍ୟ କର୍ତ୍ତା ଦଳରେ ସାମିଲ ହୋଇଥିଲେ । ଜୟପାଟଣା ମଣ୍ଡଳ ସଭାପତି ଅରବିନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇ ଥିବା ବେଳେ ତିନୋଟି ଯାକ ମଣ୍ଡଳର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଂଗଠନକୁ ସଶକ୍ତ କରିବା ପାଇଁ ଦୃଢ ସଂକଳ୍ପ ନେଇଥିଲେ । ଏହି ଅବସରରେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବରେ ବରିଷ୍ଠ ଆଦିବାସୀ ନେତା ବିଜୟ କୁମାର ଦିସାରୀଙ୍କ ସହ ଜିଲ୍ଲା ଯୁବା ମୋର୍ଚ୍ଚା ସଭାପତି ଅବିନାଶ ନନ୍ଦ, କୃଷକ ମୋର୍ଚ୍ଚା ସଭାପତି ସୁଧୀର ମୁଣ୍ଡ, ମହିଳା ମୋର୍ଚ୍ଚା ସଭା ନେତ୍ରୀ କାଞ୍ଚନ ବାଗ, ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପ ସଭାପତି ରମେଶ ମାଝୀ, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ତ୍ରିନାଥ ଶବର, ଅନୁସୂଚିତ ଜାତି ମୋର୍ଚ୍ଚା ଉପ ସଭାପତି ନିରଞ୍ଜନ ଛତ୍ରିଆ, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ମନୋଜ ପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ଆୟୋଜିତ ସଭାର ବରିଷ୍ଠ କାର୍ଯ୍ୟକର୍ତ୍ତା ଶେଷଦେବ ବେହେରା, ଗଙ୍ଗାଧର ମାଝୀ, ଥବିର ବାଗ, ଅମରେଶ ସିଂହ, ଭାସ୍କର ପ୍ରାସାଦ ବେହେରା, ଉଆସୁ ବିଶ୍ଵାଳ, ପ୍ରବୀଣ କୁମାର ମୁଣ୍ଡ, ସୁଶାନ୍ତ କୁମାର ମୁଣ୍ଡ, ତାପସ ପଣ୍ଡା, ପ୍ରକାଶ ଠାକୁର ପ୍ରମୁଖ ସାଂଗଠନିକ ବିଚାରଧାରା ରଖିଥିବା ବେଳେ ମଣ୍ଡଳ ସାଧାରଣ ସମ୍ପାଦକ ମାନସ ନେଗୀ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ । ମନୋଜ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥଲେ ।

yuvodaya
Leave A Reply

Your email address will not be published.