
ସଇଁତଲା, (କେପିଏନ୍ଏସ୍) : ଚଳିତ ବର୍ଷ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଏଥିରେ ଆଲ୍ଫା ପ୍ଲସ କୋଚିଙ୍ଗ ସେଣ୍ଟର୍ ସଇଁତଲାର କଳା ବିଭାଗରେ ୧୮ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ୬ଜଣ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି । କୋଚିଙ୍ଗର ଛାତ୍ର ସୁମିତ ବଗର୍ତ୍ତୀ ସର୍ବାଧିକ ୫୦୭ ନମ୍ବର୍ ରଖି ଟପ୍ପର ହୋଇଛନ୍ତି । ସଫଳତା ପଛରେ କୋଚିଂ ସେଣ୍ଟରର ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ସହ ଛାତ୍ରଛାତ୍ରୀମାନଙ୍କର ଅକ୍ଳାନ୍ତ ରହିଅଛି । ଏହି ଖବର ପ୍ରସାରିତ ହେବା ପରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି ।