jayashree

ଆନ୍ଦୋଳନ ହେବା ପୂର୍ବରୁ ଦାବି ପୂରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ଦୋଳନ ହେବା ପୂର୍ବରୁ ଦାବି ପୂରଣ । ବଲାଙ୍ଗିରରେ ବିଶାଖାପାଟଣା ଭାୟା ପ୍ରୟାଗରାଜ୍ ଦିଲ୍ଲୀ ଟ୍ରେନ୍‌ର ରହଣୀ ଦାବି ନେଇ ଆଜି ସମସ୍ତ ବଲାଙ୍ଗିର ବାସୀ ଏକ ହୋଇ ରେଳୱେ ଷ୍ଟେସନରେ ଏକ ବଡ଼ ଧରଣର ଆନ୍ଦୋଳନ କରିବାର ଥିଲା । କିନ୍ତୁ ଆନ୍ଦୋଳନ ହେବା ପୂର୍ବରୁ ଦାବି ପୂରଣ ହୋଇଯାଇଛି । ରେଳ ବିଭାଗ ପକ୍ଷରୁ ବଲାଙ୍ଗିରରେ ବିଶାଖାପାଟଣା ଭାୟା ପ୍ରୟାଗରାଜ୍ ଦିଲ୍ଲୀ ଟ୍ରେନ୍ ୨ ମିନିଟ୍ ରହଣୀ ପାଇଁ ଘୋଷଣା କରାଯାଇଥିବା ସୂଚନା ମିଳିଛି । ଯାହାକୁ ନେଇ ଆଜି ସମସ୍ତ ବଲାଙ୍ଗିର ବାସୀ ବାଜା ଗାଜାର ତାଳେ ତାଳେ ମିଠା ବଣ୍ଟନ କରି ରେଲୱେଷ୍ଟେସନରେ ବିଜୟ ଉତ୍ସବ ପାଳନ କରିଛନ୍ତି । ଏହା ସହ ରେଳ ବିଭାଗକୁ ୨ ମିନିଟ୍ ନୁହେଁ ବରଂ ୫ ମିନିଟ୍‌ ଟ୍ରେନ୍ ରହିବାକୁ ଦାବି କରାଯାଇଥିଲା ।

Leave A Reply

Your email address will not be published.