csstore

ପେଟ୍ରୋଲ ଡିଜେଲର ଦରବୃଦ୍ଧି ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ମହିଳା କଂଗ୍ରେସର ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ପ୍ରତି ପେଟ୍ରୋଲ, ଡିଜେଲର ଦରବୃଦ୍ଧି ଏବଂ ପେଟ୍ରୋଲ ପମ୍ପ ବନ୍ଦକୁ ବିରୋଧ କରି ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ମହିଳା କଂଗ୍ରେସର କାର୍ଗିଲ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଅନେକ ପେଟ୍ରୋଲ ପମ୍ପ ବନ୍ଦ ରହୁଛି । ଯେଉଁ କେତୋଟି ପମ୍ପ ଖୋଲା ରହୁଛି ପେଟ୍ରୋଲ ଡିଜେଲ ପାଇଁ ଗ୍ରାହକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି । ଏହି ଘଟଣାକୁ କେନ୍ଦ୍ରର ମୋଦି ସରକାରକୁ ଦାୟୀ କରିଛି ମହିଳା କଂଗ୍ରେସ । ବର୍ତ୍ତମାନ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଥିବା ବେଳେ ରନ୍ଧନ ଗ୍ୟାସ ଦରବୃଦ୍ଧି ସଧାରଣ ଖାଉଟିଙ୍କ ନିଦ ହଜାଇ ଦେଇଥିବା ବେଳେ, ଗତ କିଛିଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ସଙ୍କଟ ଲୋକଙ୍କୁ ଅତିଷ୍ଠ କରିଛି । ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସମାଧାନ କରିବାରେ ବିଫଳ ହୋଇଛି । ଯାହାକୁ ବିରୋଧ କରି ଗଞ୍ଜାମ ଜିଲ୍ଲା କଂଗ୍ରେସ (ପୂର୍ବ) ସଭପତି ରଶ୍ମି ରଂଜନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଗଞ୍ଜାମ ଜିଲ୍ଲା ମହିଳା କଂଗ୍ରେସ ଗାନ୍ଧୀନଗର କଂଗ୍ରେସ କାର୍ଯ୍ୟଳୟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନିକଟରେ ଥିବା କାରଗିଲ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଟ୍ରମ୍ପଙ୍କ ନିର୍ଦେଶରେ ଋଷିଆରୁ ତେଲ ନ କିଣିବା, ଇରାନ ପରିବର୍ତ୍ତେ ଇସ୍ରାଇଲ ସପକ୍ଷରେ ଅବସ୍ଥାନ ଗ୍ରହଣ ଯୋଗୁଁ ଦେଶରେ ତୈଳ ଓ ଗ୍ୟାସର ସଙ୍କଟ ସୃଷ୍ଟି ହୋଇଛି । ବର୍ତ୍ତମାନ ଏହି ସଂକଟର ବୋଝ ସାଧାରଣ ଲୋକଙ୍କ ଉପରେ ଲଦିବା ପରିବର୍ତ୍ତେ ଲିଟର ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ବାବଦରେ ଆଦାୟ କରୁଥିବା ପ୍ରାୟ ୫୦ ଟଙ୍କାରୁ ଭରଣା କରିବା ପାଇଁ ଦାବି କରାଯାଇଛି । କେନ୍ଦ୍ରସରକାର ଗତ ଦଶବର୍ଷ ମଧ୍ୟରେ ପ୍ରାୟ ୪୪ ଲକ୍ଷ କୋଟି ଓ ତୈଳ କମ୍ପାନୀ ଗୁଡିକ ସାଢ଼େ ୩ଲକ୍ଷ କୋଟି ଲାଭ ଉଠାଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏହି ପାଣ୍ଠିକୁ ବିନିଯୋଗ କରିବା ପାଇଁ ଦାବି କରାଯାଇଛି । ରାଜ୍ୟର ବିଜେପି ସରକାର ଏହାର ସମାଧାନ କରିବାକୁ ଦାବି କରିଥିଲେ । ରାଜ୍ୟ ସରକାର, ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ପେଟ୍ରୋଲ ପମ୍ପ ମାଲିକଙ୍କ ମନୋମୁଖୀ କାର୍ଯ୍ୟକଳାପ ଯୋଗୁଁ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି ବୋଲି କହିଛି ମହିଳା କଂଗ୍ରେସ । ଏହି ଅବସରରେ ନାରୀନେତ୍ରୀ ସୁଭାଷିନୀ ପଟ୍ଟନାୟକ, ଗୀତାଞ୍ଜଳି ସାହୁ, ବିଷ୍ଣୁପ୍ରିୟା ନାୟକ, ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା, ଗଞ୍ଜାମ ଜିଲ୍ଲା କଂଗ୍ରେସ (ପୂର୍ବ) ଉପ-ସଭାପତି ଅଶୋକ ପଟ୍ଟନାୟକ, ଗୋପାଳପୁର ପୂର୍ବତନ ବିଧାୟକ ତ୍ରିନାଥ ବେହେରା ଛତ୍ରପୁର ଟାଉନ୍ କଂଗ୍ରେସ ସଭାପତି କାଳିଆ ରାଉଲ, କ୍ରିଷ୍ଣା ରାଓ, ବାପୁଜୀ ନାୟକ, ସୁଦର୍ଶନ ଖୁଣ୍ଟିଆଙ୍କ ସମେତ ଶତାଧିକ ମହିଳା କଂଗ୍ରେସ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.