jayashree

ଶାରଳା ପରିବାରର ସର୍ବତ ଓ ପାନୀୟ ଜଳ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଦାୟିତ୍ୱବୋଧ ନେଇ ସାମାଜିକ ଅନୁଷ୍ଠାନ ଶାରଳା ପରିବାର ତରଫରୁ ଆମ୍ବାଗାନ ଛକ ଠାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଥଚାରୀଙ୍କ ମଧ୍ୟରେ ସର୍ବତ ଓ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀ ଓ ବରିଷ୍ଠ କର୍ମକର୍ତ୍ତା ବାଇଧର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରଫୁଲ୍ଲ କୁମାର ଭୋଇ, ପ୍ରକାଶ ଚନ୍ଦ୍ର ବେହେରା, ପ୍ରକାଶ ଚନ୍ଦ୍ର ପତି, କେଦାର ପ୍ରସାଦ ଦାସ, ସସ୍ମିତା ପ୍ରଧାନ, ବୃନ୍ଦାବତୀ ରାଜଗନ୍ଧା, ପ୍ରମିଳା ପତି, ପ୍ରମିଳା ଦାସ, ମୀନାକ୍ଷୀ ମିଶ୍ର, ସବିତା ପ୍ରଧାନ, ସ୍ମୃତିରେଖା ସାହୁ, ପ୍ରଭାତ କୁମାର ସ୍ୱାଇଁ, ସୌଦାମିନୀ ବେହେରା ପ୍ରମୁଖ ଉପସ୍ଥିତ ରହି ପଥଚାରୀଙ୍କୁ ଦହି ସର୍ବତ ଓ ଶୀତଳ ପାନୀୟ ଜଳ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମ ର ସଫଳତା ପାଇଁ ସମ୍ପାଦକ ଶ୍ରୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.