jayashree

ଶ୍ରୀ ଶ୍ରୀ ଈଶାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଧବା ନାରୀଶକ୍ତି ସମାବେଶରେ ‘ସାବିତ୍ରୀ ଯୋଗାଡ–୨୦୨୬’ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠସ୍ଥ ଗୋଳନ୍ଥରା ନିକଟ ପବିତ୍ର ଶ୍ରୀ ଈଶାଣେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ‘ସାବିତ୍ରୀ ଯୋଗାଡ–୨୦୨୬’ କାର୍ଯ୍ୟକ୍ରମ ଆୟୋଜନ ବର୍ଣ୍ଣାଢ୍ୟ ପରିବେଶ ସୃଷ୍ଟି ଏକ ନିଆରା ଭାଇ ଭଉଣୀର ଭାବପୂର୍ଣ୍ଣ ପରମ୍ପରାକୁ ପ୍ରତିପାଦନ କରିଛି । ଏଥିରେ ମୁଖ୍ୟଅତିଥି ଭାବେ ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମହୋଦୟା ଯୋଗଦେଇ ଏହି ସାବିତ୍ରୀ ଯୋଗାଡ–୨୦୨୬’ କାର୍ଯ୍ୟକ୍ରମ ର ମହନୀୟ ପରମ୍ପରା ଉପରେ ଆଲୋକପାତ କରିଥିଲେ । ନାରୀ ସମ୍ମାନ, ପରିବାରିକ ମୂଲ୍ୟବୋଧ ଓ ସନାତନ ପରମ୍ପରାର ଗୌରବମୟ ଐତିହ୍ୟ ବିଷୟରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ନିଜର ଅନୁଭୂତି ସମ୍ପନ୍ନ ବାର୍ତ୍ତା ଦେଇଥିଲେ । ‘ସାବିତ୍ରୀ ବ୍ରତ’ର ଏହି ପବିତ୍ର ଅବସରରେ, ସମସ୍ତ ମା’ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ମା’ ଓ ଭଉଣୀମାନଙ୍କୁ ଛତ୍ରପୁର ବିଧାୟକ କୃଷ୍ଣ ବାବୁ ସାବିତ୍ରୀ ଯୋଗାଡ ପ୍ରଦାନ କରିଥିଲେ । ଏହି କାଯର୍ଯ୍ୟକ୍ରମରେ, ଅନ୍ୟମାନଙ୍କ ମଧ୍ୟରେ ଆସ୍କା ସଂସଦୀୟ କ୍ଷେତ୍ରର ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ, ଖଣିଜ, ଇସ୍ପାତ, ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଖଲ୍ଲିକୋଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀ, କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଏବଂ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.