jayashree

ଗ୍ରୀଷ୍ମ କାଳୀନ କରାଟେ ଓ କିକ୍‌ ବକ୍ସିଂ ଆତ୍ମରକ୍ଷା ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଥିବା ବଲାଙ୍ଗିର କରାଟେ ସ୍କୁଲ ଆନୁକୂଲ୍ୟରେ ଗ୍ରୀଷ୍ମ କାଳୀନ କରାଟେ କିକ୍‌ ବକ୍ସିଂ ଓ ଆତ୍ମରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ୧୫.୦୫.୨୦୨୬ରୁ ତା.୧୫.୦୬.୨୦୨୬ ପର୍ଯ୍ୟନ୍ତ ଜାରି ରହିବ । ଏହି ଶିବିରକୁ ସ୍କୁଲର ସଂପାଦକ ହୃଦୟ ଶବର, କରାଟେ କିକ୍‌ ବକ୍ସି ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ, ମୁରଲି ମହାକୁର, କ୍ରୀଷ୍ଣା ନାଏକ ଏବଂ ମହିଳା ଆତ୍ମ ସୁରକ୍ଷା ପ୍ରଶିକ୍ଷକ ରେଖା ମନହିରା ଓ ବିନୋଦିନୀ ଠେଲା ପରିଚାଳନା କରିବେ । ଏହି ସମର କ୍ୟାମ୍ପରେ କରାଟେ ଓ କିକ୍‌ ବକ୍ସିଂ ସହିତ ଝିଅମାନଙ୍କ ପାଇଁ ଆତ୍ମ ରକ୍ଷା କୌଶଳ, ଲାଠି ଚାଳନା, ନାନଚାକୁ, ଅସ୍ତ୍ର ଚାଳନା ପ୍ରଭୃତି ଟ୍ରେନିଂ ଦିଆଯିବ । ଶିବିରକୁ କରାଟେ ସ୍କୁଲର ସଭାପତି ସଚ୍ଚିଦାନନ୍ଦ ବାଗ ଓ କୋଷାଧ୍ୟକ୍ଷ ରବି ବେହେରା ଉଦ୍‌ଘାଟିତ କରିଥିଲେ ।

Leave A Reply

Your email address will not be published.