jayashree

ପୀଡିତଙ୍କ ପାଖରେ ପହଞ୍ଚିଲେ ପ୍ରଶାସନିକ ଅଧିକାରୀ

ଜୟପାଟଣା, (ଶେଷଦେବ ବେହେରା) : ଗତ ଏକ ତାରିଖ ଦିନ ଜୟପାଟଣା ଥାନା ଅନ୍ତର୍ଗତ ତାଳଗୁଡ଼ ଗ୍ରାମରେ ଗୋମାଂସ ବିକ୍ରି କରୁଥିବା ଅଭିଯୋଗ ଆଣି କିଛି ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିବା ଘଟଣାର ଇତି ମଧ୍ୟରେ ପନ୍ଦର ଦିନ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ମାଡ଼ ମରା ଘଟଣାକୁ ଦଳିତ ସଂଗଠନ, କଂଗ୍ରେସ ଓ ବିଜୁ ଜନତା ଦଳ ନିନ୍ଦା କରିବା ଶହ ପୀଡ଼ିତ ପରିବାରଙ୍କୁ ଭେଟି ବାସ୍ତବତାକୁ ନେଇ ତଦନ୍ତ କରି ଫେରିଥିବା ସୂଚନା ମିଳିବା ଶହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଶୁକ୍ରବାର ଧର୍ମଗଡ ଉପଜିଲ୍ଲାପାଳ ପ୍ରେଖ୍ୟା ଅଗ୍ରୱାଲାଙ୍କ ନେତୃତ୍ଵରେ ଧର୍ମଗଡ ଏସ ଡି ପି ଓ, ଜୟପାଟଣା ବି ଡି ଓ, ତହସିଲଦାର, ଭାର ପ୍ରାପ୍ତ ଅଧିକାରୀ ଜୟପାଟଣା ଥାନା, ମୁଖୀଗୁଡ଼ା ସରପଞ୍ଚ ଜୟନ୍ତୀ ମହାଳିକ, ପି ଇ ଓ ପ୍ରଶାନ୍ତ ଠାକୁର ଚାରିଜଣ ପୀଡିତ ରାଜେଶ ବାଗ, ଗଣେଶ ତାଣ୍ଡି, ଗୋବିନ୍ଦ ସୁନା, ହଜାରି ଦୁର୍ଗା ଘରକୁ ଯାଇ ପୃଥକ୍ ପୃଥକ୍ ଆଲୋଚନା କରିଥଲେ । ପରେ ତାଳଗୁଡ଼ ଗ୍ରାମରେ ସୌହାର୍ଦ୍ଧ୍ୟ ପୂର୍ଣ୍ଣ ବାତାବରଣ ଫେରାଇ ଆଣିବାକୁ ସମସ୍ତଙ୍କୁ ନିବେଦନ କରିଥଲେ । ପୀଡିତମାନେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦୃଢ ଦାବି କରିଥିବା ବେଳେ ଦୁଇଜଣଙ୍କୁ ଗିରଫ କରିଛି ଆଉ ତିନିଜଣ ଖୁବ୍ ଶୀଘ୍ର ଗିରଫ ହେବେ ବୋଲି ଉପଜିଲ୍ଲାପାଳ ଉତ୍ତର ରଖିଥିଲେ ।

Leave A Reply

Your email address will not be published.