
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବରଯାତ୍ରୀ ଆସି କୂଅରେ ମିଳିଲା ମୃତଦେହ । କଣ୍ଟାବାଞ୍ଜି ଥାନା ଡୁମେରଚୁଆଁ ଗାଁଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା ଅନୁସାରେ ବେଲପଡା ଥାନା ଅନ୍ତର୍ଗତ ବାଲିଖମାର ଗାଁର ଶୁଶିଲ ଶବର ତାଙ୍କ ଗାଁର ଜଣେ ସଂପର୍କୀୟ ଭାଇଙ୍କ ବିବାହ ଥିବାରୁ ସେ ବରଯାତ୍ରୀ ଆସିଥିଲେ । କିନ୍ତୁ ଘରକୁ ଆଉ ସେ ଫେରି ନଥିଲେ । ପରେ ପରିବାର ଲୋକେ ଖୋଜାଖୋଜି କରିବାରୁ ଡୁମେରଚୁଆ ଗାଁକୁ ଆସିଥିବା ବେଳେ ଗାଁରେ ଥିବା ଏକ କୂଅ ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖି ପରିବାର ଲୋକେ କଣ୍ଟାବାଞ୍ଜି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀ ସହଯୋଗରେ କୂଅ ଭିତରୁ ମୃତଦେହ ଉଦ୍ଧାର କରିଥିବା ବେଳେ ମୃତ ଶରୀର ଶୁଶିଲ ଶବରଙ୍କ ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ । କଣ୍ଟାବାଞ୍ଜି ପୋଲିସ ମୃତଦେହ ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।