
କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବାସୀଙ୍କ ବହୁତ ବର୍ଷର ସ୍ୱପ୍ନ କେସିଙ୍ଗାରୁ ରାଜଧାନୀ ପାଇଁ ସିଧାସଳଖ ଟ୍ରେନ ଆସନ୍ତା କିଛି ଦିନରେ ପୂରଣ ହେବ । ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚାଲିବ ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ । କେନ୍ଦ୍ର ରେଳ ମନ୍ତ୍ରାଳୟ ଏହାକୁ ଅନୁମୋଦନ ଦେଇଛନ୍ତି । ଏହି ଟ୍ରେନଟି ପୁରୀରୁ ସମ୍ବଲପୁର.ଟିଟିଲାଗଡ. କେସିଙ୍ଗା.ରାୟଗଡ ଦେଇ କୋରାପୁଟ ଯିବ। ଏହି ଟ୍ରେନ ସପ୍ତାହକୁ ତିନି ଥର ଚାଲିବ । ଟ୍ରେନ ନମ୍ବର ୧୮୪୦୭ ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଏବଂ ଟ୍ରେନ ନମ୍ବର ୧୮୪୦୮ କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ବାହାରିବ । ଏହି ଅବସରରେ କେସିଙ୍ଗା ନଗର ବିଜେପି ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ଵରେ ଏକ ଚା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଓ କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ସାମିଲ ହୋଇଥିଲେ । ଏହି ନୂତନ ଟ୍ରେନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି । ମାଳବିକା ଦେବୀ ଓ ପୂର୍ବତନ ନଗର ସଭାପତି ବିର୍ଦ୍ଧି ଜୈନ ପ୍ରଶ୍ନର ଉତ୍ତରରେ କହିଲେ ଅତି ଶୀଘ୍ର କୋଣାର୍କ ସ୍ପିଙ୍ଗ୍ ମିଲ୍ସର ପୁନଃଉଦ୍ଧାର ହେବ । କେସିଙ୍ଗା ନଗର ସମସ୍ତ ସଂଗଠନ ଓ କେସିଙ୍ଗା ବାସୀଙ୍କ ପ୍ରଚେଷ୍ଟାରେ ହିଁ ଏହି ଖୁସିରଦିନ କେସିଙ୍ଗା ବାସୀଙ୍କ ପାଇଁ ଆସିଛି ବୋଲି କହିଲେ ଜିଲ୍ଲାସଭାପତି ଯୁଗଳ କିଶୋର ପୋଢ଼ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନମିତା ରାଣୀ ସାହୁ କେସିଙ୍ଗା ବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନୁ କରିଥିଲେ ସମ୍ପାଦକ ଯୁଗଳ କିଶୋର ଦୀପ ଓ ଉପସ୍ଥିତ ଥିଲେ କେସିଙ୍ଗା ନଗର ତଥା କେସିଙ୍ଗା ବ୍ଲକର ସମସ୍ତ ବିଜେପି କର୍ମୀ ।