csstore

ଅବକାରୀ ବିଭାଗର ଚଢାଉରେ ବିପୁଳ ପରିମାଣର ମଦ ଜବତ ସହ ୧୨ଟି ମାମଲାରେ ୧୨ ଜଣଙ୍କୁ କୋର୍ଟ ଚାଲାଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଚିକଟମାଟି, ବିରିଡା, ଯୋଡ଼ାବନ୍ଧ, ଭାଲୁଲତା ଅଞ୍ଚଳରେ ଚଢ଼ାଉ କରି ମୋଟ ୧୨ ଗୋଟି ମାମଲା ରୁଜୁ କରାଯିବା ସହିତ ୨୦୩ ଲିଟର ବେଆଇନ ମହୁଲି ମଦ ଏବଂ ୪୩ ଲିଟର ବାହାର ଭାଟି ମହୁଲି ମଦ ଜବତ କରାଯାଇଛି । ମୋଟ ୧୨ଟି ମାମଲା ରୁଜୁ କରାଯିବା ସହିତ ୧୨ଜଣ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି । କୋର୍ଟ ଚାଲାଣ କରାଯାଇଥିବା ଆସାମୀମାନଙ୍କ ମଧ୍ୟରେ ରହିଛନ୍ତି ମାଗଦାଲି କିସପୋଟା, ରୁକ୍ମଣୀ ବାର୍ଲା, ସୁଶୀଳା କୁମ୍ଭାର, ସୁଶୀଳା କୁମ୍ଭାର, କମଳା କୁମ୍ଭାର, ଅଜୟ ଓରାମ, ପାହାନା ଓରାମ, ପୁଷ୍ପା ତୀର୍କି, ମିନି ସମାସୀ, ରଙ୍ଗବତୀ କୁମ୍ଭାର, ଶର୍ମିଲା ଓରାମ, ଚୁମନି ଓରାମ । ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ାଉରେ ଏକ୍ସାଇଜ୍ ଇନିସପେକ୍ଟର ମୋହନ ପ୍ରଧାନ ଓ ଇନିସପେକ୍ଟର ହେମନ୍ତ ମହାନନ୍ଦିଆ, ଏଏସ୍ଆଇ ବିନୋଦିନୀ ବେହେରା, ବିଦ୍ୟୁତ୍ ଭୂଷଣ ଦାଶ, ଆଲୋକ ପ୍ରଧାନ ଓ ଯୁବରାଜ ବାଗ ଓ ଷ୍ଟାଫ୍ଫ- ହେମ ମଞ୍ଜରୀ ବିଶ୍ୱାଳ, ଗୋବର୍ଦ୍ଧନ ବିଶି, ଆୟେଶା ମିଂଜ଼, ତ୍ରିଲୋଚନ ପାଢ଼ୀ, ଆକାଶ ପଟେଲ, ନବୀନ ଭୂୟାଁ, ପ୍ରଦୀପ ଲୁଗୁନ, ବବୁଲ ସ୍ୱାଇଁ, ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଭିକଟୋରିଆ ଡୁଙ୍ଗଡୁଙ୍ଗ, ଟେରେସା ବାର୍ଲା, ଲିଳିମା ଭୋଇ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନିରଞ୍ଜନ ରାଉତ ପ୍ରମୁଖ ସାମିଲ ଥିଲେ ।

jayashree
Leave A Reply

Your email address will not be published.