jayashree

ଦୁଇ ଶିକାରୀଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନ ବିଭାଗ ଦ୍ଵାରା ଦୁଇ ଶିକାରୀଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛନ୍ତି । ସୂଚନା ପ୍ରକାରେ ବାଲିଗୁଡା ବନାଞ୍ଚଳ କାର୍ଯ୍ୟାଳୟର କର୍ମଚାରୀମାନେ ଢାକା ଜଙ୍ଗଲରେ ରାତି ପେଟ୍ରୋଲିଙ୍ଗ କରିବା ସମୟରେ ଦୁଇ ଜଣ ଯୁବକ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ଜନ୍ତୁଙ୍କୁ ଶିକାର କରିବାକୁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ବନ ବିଭାଗର କର୍ମଚାରୀମାନେ ଏହି ଦୁଇ ଯୁବକ ସୁଇଲା ମଲିକ (୨୮)ଓ ଲକ୍ଷ୍ମଣ କହଁର (୨୮)କୂ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ ଓ କିଛି ସାମଗ୍ରୀ ଜବତ କରିଛନ୍ତି । ଏନେଇ ବାଲିଗୁଡା ବନ ବିଭଗ କେସ ନଂ. ୧୭/୨୬ପ୍ରକାରେ ଏକ ମାମଲା ରୁଜୁ କରି ଏସଡିଜେଏମ କୋର୍ଟକୁ ଚାଲାଣ କରିଥିବା ନେଇ ବନାଞ୍ଚଳ ଅଧିକରୀ ଡି.ସୁବାଷ ସୂଚନା ଦେଇଛନ୍ତି । ଏହି ଚଢ଼ାଉ ସମୟରେ ବନପାଳ ଟିକେଶ୍ୱର ବେହେରା, ଗାର୍ଡ ସୁରେଶ ମୁଠାମାଝି, ଯୁଧିଷ୍ଠିର ଦିଗାଲ, ଓ ନାସିମୁଲ ହକ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.