jayashree

ବ୍ରହ୍ମାକୁମାରୀ ଆଶ୍ରମରେ ମାତୃ ଦିବସ ପାଳିତ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବିଶ୍ୱ କଲ୍ୟାଣ ଭବନ ବ୍ରହ୍ମାକୁମାରୀ ଆଶ୍ରମରେ ମୁଖ୍ୟ ସଂଚାଳିକାଙ୍କର ତତ୍ତ୍ୱାବଧାନରେ ମାତୃ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡକ୍ଟର ଜ୍ୟୋତିର୍ମୟୀ ସାହୁ ଓ ସମ୍ମାନିତ ଅତିଥି ଭାବରେ ଅନିତା ପଧାନ ଯୋଗଦାନ କରିଥିଲେ । ମାତାମାନଙ୍କର ତ୍ୟାଗ ଓ ବଳିଦାନ ଉପରେ ଆଲୋକପାତ କରାଯାଇଥିଲା । ମାଟ୍ରିକ ପରୀକ୍ଷାର କୃତି ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । କେନ୍ଦ୍ରୀୟ, ଓଏଭି ଛାତ୍ରଛାତ୍ରୀ ଓ ଶଙ୍କର ମାତାମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିବାବେଳେ ପାୟଲ ନାଗ ଓ ସଂସ୍କୃତି ପଟ୍ଟନାୟକଙ୍କୁ ବି ସମ୍ମାନିତ କରାଯାଇଥିଲା । ଏହି ଅବସରରେ କୁସୁମ ରଥ ମଧ୍ୟ ନିଜର ଅନୁଭବ ଶୁଣାଇଥିଲେ । ପରିଚାଳନା କରିଥିଲେ ବ୍ରହ୍ମାକୁମାରୀ ଡଲି ଭଉଣୀ ଏବଂ ବ୍ରହ୍ମାକୁମାରୀ ନିବେଦିତା ଭଉଣୀ ଧନ୍ୟବାଦ ଦେଇଥିଲେ । ୮୦ ଜଣ ମାତା ଯୋଗଦାନ କରି ଖୁସି ଅନୁଭବ କରିଥିଲେ ।

Leave A Reply

Your email address will not be published.