jayashree

ବରଗଡ଼ ଲୋକସଭା କ୍ଷେତ୍ରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦୀର୍ଘ ସମୟ ଧରି ଆଲୋଚନା

ବରଗଡ଼, (ନିରୋଜ କୁମାର ପାଣୀ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବରଗଡ଼ ଲୋକସଭା ସଦସ୍ୟ ପ୍ରଦୀପ ପୁରୋହିତ ଭୁବନେଶ୍ଵର ସ୍ଥିତ ତାଙ୍କ ବାସଭବନରେ ଆଜି ସାକ୍ଷାତ କରି ବରଗଡ଼ ସାଂସଦୀୟ କ୍ଷେତ୍ରର ବହୁ ସମସ୍ୟା ଓ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ବିଶେଷ ଭାବରେ ବରଗଡ଼-ନୂଆପଡ଼ା ରେଲୱେ ଲାଇନ୍ ପାଇଁ ଜମି ଅଧିଗ୍ରହଣ ଓ କାର୍ଯ୍ୟ ତ୍ଵରାନ୍ୱିତ କରିବା, ବରଗଡ଼ କ୍ୟାନ୍ସସର ହସ୍ପିଟାଲ ତୁରନ୍ତ ସଚଳ କରିବା, ଝାରସୁଗୁଡ଼ା ଜିଲ୍ଲାରେ ପ୍ରତିଷ୍ଠିତ ସମସ୍ତ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ଅଗ୍ରଧିକାର ଭିତ୍ତିରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ରାଜ୍ୟର ଅନ୍ୟାନ୍ୟ ସ୍ଥାନ ପରି ବରଗଡ଼ ଚିନି କାରଖାନାକୁ ପୁନଃଉଦ୍ଧାର କରିବା, ନୃସିଂହନାଥ – ହରିଶଙ୍କର ମଧ୍ୟରେ ରୋପ-ୱେ ନିର୍ମାଣ କରିବା, ଧାନ ସଂଗ୍ରହ ନୀତି, କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ସମସ୍ୟା ଆଦି ପ୍ରସଙ୍ଗରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଓ ସାସଂଦଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ହେବାକୁ ଥିବା ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଉପରେ ମଧ୍ୟ ବରଗଡ଼ ଲୋକସଭା କ୍ଷେତ୍ରର ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା ମଧ୍ୟ କରିଥିଲେ ।

Leave A Reply

Your email address will not be published.