jayashree

କେନାଲରେ ମିଶୁଛି ମିଲରୁ ନିର୍ଗତ ବିଷାକ୍ତ ପାଣି

ବରଗଡ, (ମୁନ୍ନା ସାହୁ) : କେନାଲରେ ମିଶୁଛି ମିଲରୁ ନିର୍ଗତ ବିଷାକ୍ତ ପାଣି । ଖୁଲ୍ଲମ ଖୁଲ୍ଲା ହେଉଛି ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ନିୟମ ଉଲଙ୍ଘନ । କାରଣ ଦର୍ଶାଅ ନୋଟିସରେ ସୀମିତ ରହୁଛି କାର୍ଯ୍ୟାନୁଷ୍ଠାନ । ବରଗଡ଼ ଜିଲ୍ଲାରେ ମିଲମାନଙ୍କରୁ ନିର୍ଗତ ବିଷାକ୍ତ ପାଣି ସିଧାସଳଖ କେନାଲରେ ମିଶୁଥିବା ଦେଖାଯାଇଛି । ଅଭିଯୋଗ ପରେ ମଧ୍ୟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । କେବଳ କାରଣ ଦର୍ଶାଅ ନୋଟିସରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିଯାଉଥିବା ଦେଖାଯାଉଛି । କେନାଲ ଉପରେ ଚାଷୀ ଏବଂ ଜନସାଧାରଣ ନିର୍ଭର କରୁଥିବା ବେଳେ ମିଲମାନଙ୍କରୁ ନିର୍ଗତ ବିଷାକ୍ତ ପାଣି ଦ୍ୱାରା କେତେ ଧନଜୀବନ ହାନି ହେବାର ଆଶଙ୍କା ରହିଛି । ଏନେଇ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ଯାହାକୁ ନେଇ ଏବେ ମିଲ ମାଲିକ ଏବଂ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଅଭିଯୋଗ କରିଛନ୍ତି ଚାଷୀ । ଅନ୍ୟପଟେ ମିଲମାଲିକ ମାନଙ୍କୁ ଏହି ନିର୍ଗତ ବିଷାକ୍ତ ପାଣିକୁ ନେଇ ପଚାରିବାରୁ ଯାହା କରିବ କର ଆମ ହାତରେ ସମସ୍ତ ଅଧିକାରୀ ଅଛନ୍ତି ବୋଲି ଖୁଲ୍ଲମ ଖୁଲ୍ଲା ଚ୍ୟାଲେଞ୍ଜ କରୁଥିବା ଦେଖିବାକୁ ମିଳିଛି । ତେବେ ନିରୀହ ଚାଷୀ ଓ ଜନସାଧାରଣଙ୍କ ଜୀବନ ସହ ଖେଳୁଛନ୍ତି ଏପରି ଅସାଧୁ ମିଲମାଲିକମାନେ ଏବଂ ଏମାନଙ୍କୁ ସୁରକ୍ଷା ଦେଉଛନ୍ତି କିଛି ଅସାଧୁ ଅଧିକାରୀ । ତେବେ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ କି ପ୍ରଶାସନ ନା ପୁଣି କାରଣ ଦର୍ଶାଅ ନୋଟିସରେ ସୀମିତ ହୋଇଯିବ ।

Leave A Reply

Your email address will not be published.