jayashree

ଢୁଳୁସର ଠାରେ ତୃତୀୟ ରାଜ୍ୟ ସ୍ତରୀୟ ଷଡ଼ବଂଶୀୟ ଗଣ୍ଡ ସମାଜ ମହାସଭା ଅନୁଷ୍ଠିତ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବ୍ଲକ ଢୁଲୁସର ଖେଳପଡିଆ ଠାରେ ତ୍ରିଦିବସୀୟ ରାଜ୍ୟସ୍ତରୀୟ ଷଡବଂଶୀୟ ଗଣ୍ଡ ସମାଜ ମହାସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ସେବାକର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ସମ୍ପାଦକ ବ୍ରଜ ଭୋଇ ଓ କୋଷାଧ୍ୟକ୍ଷ ଶ୍ରୀବତ୍ସ କୁମୁରା କାର୍ଯ୍ୟକ୍ରମ ପରିଚାଲନା କରିଥିଲେ । ପ୍ରାରମ୍ଭରେ ଇଷ୍ଟଦେବତା ବୁଢାଦେଓ, ଜଙ୍ଗାଦେଓ, ଲିଙ୍ଗାଦେଓ ତଥା ଅନ୍ୟାନ୍ୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ପୂର୍ବକ ସଭାକାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ସଭାପତି, ସମ୍ପାଦକ ଓ କାର୍ଯ୍ୟକର୍ତ୍ତା ଗଣ ଗଣ୍ଡ ସମାଜର ରୀତିନୀତି ବିଷୟରେ ଆଲୋଚନା କରି କିପରି ସମାଜର ଉନ୍ନତି ହେବା ସହିତ ତଳ ସ୍ତରରେ ଥିବା ପରିବାର ତଥା ବାଳକ ବାଳିକା ଓ ଯୁବବର୍ଗ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବ୍ୟବସାୟ ଓ ନିଯୁକ୍ତି କ୍ଷେତ୍ରରେ ସ୍ଥାନ ପାଇ ପାରିବେ, ସେ ଉପରେ ବକ୍ତାମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବଲାଙ୍ଗିର ବ୍ଲକ ସଭାପତି ଭାବେ ଦିଲୀପ କୁମାର ମଲ୍ଲିକ ଓ ସମ୍ପାଦକ ଭାବେ ସଚ୍ଚିନ୍ଦ୍ର ମଲ୍ଲିକଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ଉପଦେଷ୍ଟା କମିଟିର ସଦସ୍ୟ କ୍ଷମାନିଧି ଦଳପତି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.