
ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୨୭/୫/୨୦୨୬ରୁ ୩୧/୫/୨୦୨୬ ରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ବତିଶି ବେଶ ଦର୍ଶନ ସହିତ ପାଞ୍ଚ ଦିବସୀୟ ବିଷ୍ଣୁ ମହାଯଜ୍ଞ ଇସ୍ପାତ ସହରର ସେକ୍ଟର – ୨ ସ୍ଥିତ ଦୂର୍ଗା ପୂଜା ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି । ଶ୍ରୀ ଜଗନ୍ନାଥ କଳା ଓ ସଂସ୍କୃତି ପ୍ରଚାର ପ୍ରସାର ସମିତିର ପ୍ରତକ୍ଷ ତତ୍ୱାବଧାନରେ ଆୟୋଜିତ ହେବାକୁ ଯାଉଥିବା ଏହି ଦିବ୍ୟ ଓ ଭବ୍ୟ କାର୍ଯ୍ୟକ୍ରମର ସୁପରିଚାଳନା ନିମିତ୍ତ ଅସ୍ଥାୟୀ ଭାବେ ଏକ କେନ୍ଦ୍ରୀୟ କାର୍ଯ୍ୟାଳୟ ରଘୁନାଥପଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀଙ୍କ ସେକ୍ଟର-୪ ଘର ନମ୍ବର-ସି/୧୧ ଠାରେ ଉଦଘାଟିତ ହୋଇଯାଇଛି । ଆୟୋଜନ କମିଟିର ମୁଖ୍ୟ ତଥା ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଦ୍ୱାରା କେନ୍ଦ୍ରୀୟ କାର୍ଯ୍ୟାଳୟର ଶୁଭ ଉଦଘାଟନ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ବିଧାୟକଙ୍କ ଧର୍ମପତ୍ନୀ ସୁଚିତ୍ରା ତନ୍ତୀଙ୍କ ଆୟୋଜନରେ କମିଟିର ଶତାଧିକ ସଦସ୍ୟମାନେ ଉପସ୍ଥିତ ଥିଲେ ।