jayashree

ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖାର ମାସିକ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖା ତରଫରୁ ମାସିକ ବୈଠକ ସଭାପତି ସୁରେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ସୁରେନ୍ଦ୍ର ନାଥ ପାଢ଼ୀ, ଉପ-ସଭାପତି ଡ଼ଃ. ପ୍ରଶାନ୍ତ କୁମାର ଶତପଥୀ, ସାଧାରଣ ସମ୍ପାଦକ ସୋମନାଥ ସାହୁ, ସମ୍ପାଦକ ସନ୍ତୋଷ କୁମାର ବାଡ଼ତ୍ୟା, କାର୍ଯ୍ୟକାରୀ ସଭାପତି କିଶୋର ଚନ୍ଦ୍ର ପାଢ଼ୀ, କୋଷାଧ୍ୟକ୍ଷ ଜି. ପାପା ରାଓ ମଞ୍ଚାସୀନ ରହି ନିଜ ଅଭିଭାଷଣରେ ସମାଜ ଗଠନରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଅଭିଜ୍ଞତାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିସହିତ ପେନସନଧାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଶ୍ୱିନୀ କୁମାର ଚୌଧୁରୀ, କାଶୀନାଥ ସାହୁ, ଏନ୍. ରାମରାଓ, ରଘୁନାଥ ସାହୁ, ବିଜୟ କୁମାର ନନ୍ଦ, ସୁକାନ୍ତ କୁମାର ଜେନା, ପ୍ରମୋଦ କୁମାର ପଟ୍ଟନାୟକ, ସୀମାଦ୍ରୀ ଚୌଧୁରୀ, ବିଜୟ କୁମାର ବେହେରା, କେ. କ୍ରିଷ୍ଣା ରାଓ, ଲକ୍ଷ୍ମୀ ନାରାୟଣ ପାତ୍ର, ରବିନ୍ଦ୍ର କୁମାର ଦାଶ, ଦାଶରଥୀ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.