
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦେଶରେ ଗୋମାତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯେପରି ପ୍ରତି ନିର୍ବାଚନ ମଣ୍ଡଳୀରେ ଗୋଶାଳା ନିର୍ମାଣ କରି ଗୋମାତାଙ୍କୁ ଥଇଥାନ କରିବା, ତାଙ୍କର ଯତ୍ନ ନେବାକୁ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ତେବେ କିଛି ଅସାଧୁ ବ୍ୟକ୍ତି ନିଜର ପେଟ ପାଟଣା ପାଇଁ ଗୋମାତାଙ୍କୁ ହିଁ ମାଧ୍ୟମ କରି ବେରୋଜଗାରିଆଙ୍କୁ ଧରି ନିଜର ଅର୍ଥ ଉପାର୍ଜନର ରାସ୍ତା ବାଛି ନେଇଛନ୍ତି । ତେବେ ଶନିବାର ପାହାନ୍ତିଆରୁ ଟିଟିଲାଗଡ ଶ୍ରୀରାମ ଗୋସେବା ସମିତିର ସଦସ୍ୟମାନେ ଖବର ପାଇଥିଲେ ଯେ, ହଜାର ହଜାର ସଂଖ୍ୟାରେ ପ୍ରତ୍ୟେକ ଶନିବାର ମୁରିବାହାଲ ବ୍ଲକର ବିଭିନ୍ନ ଗ୍ରାମରୁ ଟିଟିଲାଗଡ ସିହିନି କେନାଲ ରାସ୍ତା ଦେଇ ବାହାର ରାଜ୍ୟକୁ ହଜାର ହଜାର ସଂଖ୍ୟାରେ ଗୋଚାଲାଣ ଦୀର୍ଘ ବର୍ଷ ବର୍ଷ ଧରି ଚାଲି ଆସିଛି । ଏହାକୁ ରୋକିବାକୁ ଗୋସେବା ସମିତିର ସଦସ୍ୟମାନେ ପାଓମେକ୍ସ ଷ୍ଟିଲ କାରଖାନା କେନାଲ ସାଇଡରୁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇ ଗୋମାତାଙ୍କୁ ଚାଲାଣ କରୁଥିବା ରସିଦ ତଥା କାଗଜପତ୍ର ମାଗିଥିଲେ । ଗୋମାତାଙ୍କୁ ନେଉଥିବା ଲୋକମାନେ ଆମକୁ ଟଙ୍କା ତଥା ଭୂତି ଦେଲେ ଆମେ ମାଲିଶିରାରୁ ଟିଟିଲାଗଡ ଯାଏଁ ଗୋମାତାଙ୍କୁ ଆଣି ଅନ୍ୟ ଲୋକଙ୍କୁ ହସ୍ତାନ୍ତର କରି ଫେରିଯାଇଥାଉ ଏବଂ ସେଥିପାଇଁ ୨୫୦୦/୩୦୦୦ ଟଙ୍କା ଲେଖାଏଁ ରୋଜଗାର କରିଥାଉ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ଗୋମାତାଙ୍କ ଚାଲାଣ ସମୟରେ କିଛି କାଗଜପତ୍ର ଦେଖାଇ ନ ପାରିବାରୁ ପୋଲିସ, ଉପ ଜିଲ୍ଲାପାଳ ଓ ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କୁ ଜଣାଇବା ପରେ ବିଧାୟକ ନବୀନ ଜୈନ ପହଞ୍ଚି ସେଠାରେ ସ୍ଥିତି ଅନୁଧ୍ୟାନ କରିବା ସହ ଗୋମାତାଙ୍କ ଦୟନୀୟ ଅବସ୍ଥା ଯାହାକି ଅତି ଦୟନୀୟ ଭାବେ ଚଲେଇ ଚଲେଇ ନେବା ଯୋଗୁଁ ବହୁତ୍ ଗୋରୁଙ୍କ ଗୋଡରେ ଖଣ୍ଡିଆ ହେବା, ରକ୍ତ ବାହାରିବା ତଥା କିଛି ଗୋରୁ ବାଟରେ ହିଁ ମୃତ୍ୟୁ ବରଣ କରିବା ଜାଣି ଦୁଃଖ ପ୍ରକାଶ କରିଛନ୍ତି । ତେବେ ଟିଟିଲାଗଡ ପ୍ରାଣୀ ଚିକିତ୍ସକଙ୍କୁ ଖବର ଦେବା ପରେ ସେମାନେ ଆମ୍ବୁଲାନ୍ସ ଓ ଚିକିତ୍ସକ ଆସି ଚିକିତ୍ସା ପ୍ରଦାନ କରିଥିଲେ । ତେବେ ଦୁର୍ଭାଗ୍ୟର ବିଷୟ ଯେ, କିଛି ଟଙ୍କା ରୋଜଗାର ପାଇଁ ଗୋମାତାଙ୍କୁ ପଡ଼ୋଶୀ ରାଜ୍ୟକୁ ବିକ୍ରି କରିବା ପାଇଁ ବି ଲୋକେ ପଛାଉ ନାହାଁନ୍ତି । ତେବେ ଯେଉଁମାନେ ଆଜି ଗୋଚାଲାଣ କରୁଥିଲେ ସେମାନେ ଆଉ ଏଁପରି ଭୁଲ କରିବୁ ନାହିଁ ବୋଲି କହିଥିଲେ । ଆମକୁ ଏଥର ଛାଡ଼ି ଦିଅନ୍ତୁ ବୋଲି କହିଥିଲେ । ତେବେ ପ୍ରଶାସନ ସମସ୍ତ ଗୋରୁଙ୍କୁ ଗୋଶାଳାକୁ ନେଇଯିବା ପାଇଁ କହିଛନ୍ତି । ଯେଉଁମାନେ ଏହି ରାକେଟ ଚଲାଇଛନ୍ତି ତାଙ୍କୁ ଧରିବା ସହ କାହା ସହିତ ମିଶି ଏହି ରେକେଟ ଚଲାଉଛନ୍ତି ତାହାର ପର୍ଦ୍ଦାଫାସ ନିହାତି ଜରୁରୀ ବୋଲି ଗୋସେବା ସମିତିର ସଦସ୍ୟମାନେ ଦାବି କରିଛନ୍ତି । କିଛିଦିନ ପୂର୍ବରୁ ମୋଟା ଅଙ୍କର ଅର୍ଥ ଦେବା ପରେ କିଭଳି ଆମକୁ ଅଟକା ଯାଉଛି ବୋଲି ଗୋଚାଲାଣ କରୁଥିବା ଲୋକେ ସେମାନଙ୍କ ଭିତରେ କଥା ହେଉଥିବା ଶୁଣିବାକୁ ମିଳିଥିଲା । ସେ ବିଷୟରେ ତାଙ୍କର ସର୍ଦ୍ଦାରମାନଙ୍କୁ ଆଣି ପଚରାଉଚରା କଲେ ଏହି ଚାଲାଣକୁ ରୋକାଯାଇ ପାରିବ ବୋଲି ଆଲୋଚନା ହେଉଛି । ତେବେ ଗୋଚାଲାଣ ବନ୍ଦ କରିବାକୁ ଆମେ ନିୟମିତ ଏହି ଚଢ଼ାଉ ଜାରି ରଖିବୁ ବୋଲି ଗୋସେବା ସଦସ୍ୟମାନେ କହିଛନ୍ତି ।