jayashree

ଅବସର ପରେ ମଧ୍ୟ କ୍ଷମତାରେ ରହି କୁଳପତି ଭାବେ ଭୋଗ କରୁଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘଦିନ ଧରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁର୍ନୀତିର ପିଛା ଛାଡ଼ୁନାହିଁ । ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ ଏଜୁକେସନର ଜଣେ ପୂର୍ବତନ ଅଧ୍ୟାପକ ବିଭୁ କଲ୍ୟାଣ ସାମନ୍ତ ଆଉ ଏକ ଗମ୍ଭୀର ଅଭିଯୋଗ ଆଣି ବିଶ୍ୱବିଦ୍ୟାଳୟରେ ବର୍ତ୍ତମାନ ହଡକମ୍ପ ସୃଷ୍ଟି କରିଛନ୍ତି । ପୂର୍ବତନ କୁଳପତି ଗୀତାଞ୍ଜଳୀ ଦାସ ୪ ଲକ୍ଷ ନଦେବାରୁ ତାଙ୍କୁ ଚାକିରିରେ ପୁନଃ-ନିଯୁକ୍ତି ଦେଇନଥିଲେ । କିନ୍ତୁ ଯୋଗ୍ୟତା ନଥିବା ଲୋକଙ୍କୁ କିଭଳି ନିଯୁକ୍ତି ଦେଇଛନ୍ତି, ତାହା ଅଭିଯୋଗ ଆଣି ବିବାଦ ସୃଷ୍ଟି କରିଛନ୍ତି । ସବୁଠାରୁ ବଡଚର୍ଚ୍ଚାର ବିଷୟ ଯେ, ପୂର୍ବତନ କୁଳପତି ଗତ ୬ ତାରିଖ ଅବସର ନେଇଯାଇଛନ୍ତି । ସେ ଅବସର ଗ୍ରହଣ କଲା ପରେ ମଧ୍ୟ କ୍ଷମତାର ଲୋଭ ମୋହ ଛାଡ଼ି ନାହାଁନ୍ତି । କ୍ଷମତାକୁ ଭରପୁର ବ୍ୟବହାର କରିଚାଲିଛନ୍ତି । ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ମଧ୍ୟ ବ୍ୟବହାର କରୁଛନ୍ତି । ସବୁଠାରୁ ବଡଚର୍ଚ୍ଚା ବିଷୟ ଯେ, ସମସ୍ତ ପ୍ରକାର ପୁରୁଣା ହିସାବ ନିକାସ ବିଲ ଭାଉଚର ତତ୍ପରତା ସହ କୁଆଡେ ଲେଖା ଛିଡା ହେଉଛି ଏବଂ ବର୍ତ୍ତମାନ ମଧ୍ୟ କୁଳପତିଙ୍କ କ୍ଷମତା କିଭଳି ଜାହିର୍ କରି ରଖିଛନ୍ତି, ତାହା ଏବେ ସର୍ବ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.