
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅସୀମା ସାହୁ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ନିର୍ବାହ କରିବେ ବୋଲି ଜଣାଯାଇଛି । ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଅସୀମା ସାହୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅସ୍ଥାୟୀ ଭାବେ କୁଳପତି ଦାୟିତ୍ୱ ତୁଲାଇବେ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ପ୍ରଫେସର ଅସୀମା ସାହୁ ଏଠାରେ ଉଲ୍ଲେଖଯୋଗ୍ୟ ଯେ’ ବହୁ ବର୍ଷ ପୂର୍ବେ ଭୁବନେଶ୍ୱର ବିଜେବି କଲେଜରେ ରାଜନୀତି ବିଜ୍ଞାନରେ ଅଧ୍ୟାପିକା ଭାବରେ ଥାଇ ଜଣେ ଛାତ୍ରବତ୍ସଳ ଅଧ୍ୟାପିକା ଭାବେ ପ୍ରଫେସର ଅସୀମା ସାହୁ ଜଣେ ବେଶ୍ ପରିଚିତ ଜଣାଶୁଣା ବ୍ୟକ୍ତିତ୍ୱ ରହିଛି । ସୂଚନା ପ୍ରକାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଶନିବାର ଅବସର ନେବେ, ବୋଲି ଜଣାଯାଇଛି । ତାଙ୍କ ସ୍ଥାନରେ ପ୍ରଫେସର ଅସୀମା ସାହୁ ଅସ୍ଥାୟୀ କୁଳପତି ଭାବେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଦାୟିତ୍ଵ ନିର୍ବାହ କରିବେ ବୋଲି ଜଣାଯାଇଛି । ଯାହାକି ଦୁଇଟି ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ କୁଳପତି ପ୍ରଫେସର ଅସୀମା ସାହୁ ବୋଲି ଚର୍ଚ୍ଚା ଜୋର ଧରିଛି, ଯାହା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମହଲରେ ତାଙ୍କୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଛି । ଏନେଇ ଭଞ୍ଜବିହାର କ୍ୟାମ୍ପସରେ ଆନନ୍ଦ ଉଲ୍ଲାସମୟ ପରିସ୍ଥିତି ଉପୁଜିଛି ।