csstore

ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏମ୍‌ଆର୍‌ପି ଉପରେ ନୀତି ନିର୍ଦ୍ଧାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗ୍ରାହକ ପଞ୍ଚାୟତ ଦାବୀପତ୍ର ଦେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ କେନ୍ଦ୍ରୀୟ କାର୍ଯ୍ୟାଳୟ ନୂଆଦିଲ୍ଲୀର ପ୍ରସ୍ତୁତି ଓ ଆହ୍ଵାନ କ୍ରମେ ସମ ଗ୍ର ଦେଶରେ ଥିବା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ସମସ୍ତ ଜିଲ୍ଲାରେ ଦାବୀପତ୍ର ଦେବା ସ୍ଥିର ହୋଇଛି । ଏଣୁ, ଆଜି ଏଠାରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ବଲାଙ୍ଗିର ଗସ୍ତରେ ଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟରେ ଏହାର ପ୍ରତିପ୍ରଦାନ କରାଯାଇଛି । ପଞ୍ଚାୟତ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦ୍ରବ୍ୟ ଗୁଡିକର ଦାମ୍ ସୂଚୀରେ ଲିଖିତ ରହୁଥିବା (ଏମ୍‌ଆର୍‌ପି) ସର୍ବାଧିକ ବିକ୍ରୟ ମୂଲ୍ୟ ନିର୍ଦ୍ଧାରଣ ପାଇଁ କୌଣସି ନିୟମ ନଥିବା ଯୋଗୁଁ ପ୍ରକୃତ ଦର ଠାରୁ ଢେର ଅଧିକ ଗ୍ରାହକ ମାନଙ୍କୁ ଦେବାକୁ ପଡୁଥିବାରୁ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଛି । କେନ୍ଦ୍ର ସରକାର ବ୍ୟାପାର ଓ ବାଣିଜ୍ୟ ବିଭାଗ ଖାଉଟି ହିତ ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି । ଆଜି ଏଠାରେ ଗ୍ରାହକ ପଞ୍ଚାୟତ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀ ଓ ଓଡିଶା ପଶ୍ଚିମ ପ୍ରାନ୍ତ ସଭାପତି କିଶୋର ମୋହନ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ପ୍ରଦାନ କରିଛନ୍ତି ।

jayashree
Leave A Reply

Your email address will not be published.