csstore

ଦିବଂଗତ ସାମ୍ବାଦିକ ଶରତଙ୍କ ଉଦ୍ଦେଶ୍ୟରେ ଶୋକସଭା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ସୁଭଦ୍ରା ଶକ୍ତି ସଭାଗୃହରେ ସ୍ୱର୍ଗତ ସାମ୍ବାଦିକ ଶରତ ସୁନାନୀଙ୍କ ଉଦ୍ଦେଶ୍ୟରେ ଏକ ସାମୂହିକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭାରେ ସ୍ୱତନ୍ତ୍ର ଅତିଥି ଭାବେ କଲମପୁର ଜୋନ – ୧ ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ଜୋନ – ୨ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ, ସିଡିପିଓ ନିର୍ବାସିନୀ ଦେଇ, ପୁଲିସ ଏସ. ଆଇ. ଶିବ ଶଙ୍କର ମହାନ୍ତି, ପୂର୍ବତନ ସରପଞ୍ଚ ଚତୁଃର୍ଭୁଜ ପଣ୍ଡା, ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ଅଜୟ ବେମାଲ, ବ୍ଲକ ଜନମଙ୍ଗଳ ଅଧିକାରୀ ଆଶିଷ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ଉପସ୍ଥିତ ଅତିଥୀ ତଥା ସାମ୍ବାଦିକମାନେ ସ୍ୱର୍ଗତ ସୁନାନୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ପରିପ୍ରେକ୍ଷୀରେ ୨ ନୀରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା । ସାମ୍ବାଦିକମାନଙ୍କ ପକ୍ଷରୁ ସ୍ୱର୍ଗତ ସୁନାନୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଧର୍ମପତ୍ନୀ ବିଳାସିନୀ ସୁନାନୀଙ୍କୁ ମରଣତ୍ତୋର ସମ୍ମାନ ପ୍ରଦାନ କରାଯାଇଥିଲା । ସମାଜସେବୀ ଶିବ ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କଲମପୁର ବ୍ଲକର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

jayashree
Leave A Reply

Your email address will not be published.