
ଅଗଷ୍ଟରେ ଆରମ୍ଭ ହେବାକୁ ଥିବା ଉନ୍ନତ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥାକୁ ଟ୍ରେନଗୁଡ଼ିକର ସ୍ଥାନାନ୍ତର ଯାତ୍ରୀଙ୍କ ଅସୁବିଧା ବିନା ୪୦ ବର୍ଷ ପୁରୁଣା ସିଷ୍ଟମରୁ ଉନ୍ନତ ସିଷ୍ଟମକୁ ସୁଗମ ସ୍ଥାନାନ୍ତର ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରେଳ ଭବନରେ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି ଏବଂ ୪୦ ବର୍ଷ ପୁରୁଣା ସଂରକ୍ଷଣ ବ୍ୟବସ୍ଥାରୁ ଉନ୍ନତ ବ୍ୟବସ୍ଥାକୁ ଟ୍ରେନ୍ ସ୍ଥାନାନ୍ତର ସମୟରେ ଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭି. ସୋମନ୍ନା ଏବଂ ରବନୀତ ସିଂ ବିଟ୍ଟୁ ମଧ୍ୟ ଉପସ୍ଥିତ ଥିଲେ।
୧୯୮୬ ରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାରେ ଗତ ୪୦ ବର୍ଷ ମଧ୍ୟରେ ଅନେକ ଛୋଟ ମୋଟ ପରିବର୍ତ୍ତନ ହୋଇଛି। ତଥାପି, ବର୍ତ୍ତମାନ ଏହାର ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି, ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏହାର କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବିସ୍ତାର କରାଯାଇଛି।
ରେଳ ସଂରକ୍ଷଣ ବ୍ୟବସ୍ଥା ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ୨୦୦୨ ରେ, ଭାରତୀୟ ରେଳବାଇ ଇଣ୍ଟରନେଟ୍-ଆଧାରିତ ଟିକେଟ୍ ପ୍ରଚଳନ କରିଥିଲା । ଆଜି, ଏହି ବ୍ୟବସ୍ଥା ଏତେ ଲୋକପ୍ରିୟ ହୋଇଯାଇଛି ଯେ ଅଧିକାଂଶ ଲୋକ ଆଉ ଟିକେଟ୍ କାଉଣ୍ଟରକୁ ଯାଉ ନାହାଁନ୍ତି । ବର୍ତ୍ତମାନ ଦେଶରେ ମୋଟ ଟିକେଟ ଚାହିଦାର ପ୍ରାୟ ୮୮% ଅନଲାଇନ ଜରିଆରେ ପୂରଣ କରାଯାଉଛି।
ରେଲୱାନ୍ ମୋବାଇଲ୍ ଆପ୍ ଯାତ୍ରୀମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରୁଛି। ଏହାକୁ ଗତ ବର୍ଷ ଜୁଲାଇରେ ଆରମ୍ଭ କରାଯାଇଥିଲା। ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ, ଏହା ସାରା ଦେଶରେ ୩.୫ କୋଟିରୁ ଅଧିକ ଡାଉନଲୋଡ୍ ରେକର୍ଡ ହୋଇଛି ।
ଏହାର ଲୋକପ୍ରିୟତାର ସବୁଠାରୁ ବଡ଼ କାରଣ ହେଉଛି ଏହି ଆପ୍ କେବଳ ସାଧାରଣ ଲୋକଙ୍କୁ ରେଳ ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ କରେ ନାହିଁ ବରଂ ଟିକେଟ୍ ଏବଂ ଅନ୍ୟାନ୍ୟ ସେବା ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ସମାଧାନ ମଧ୍ୟ କରିଥାଏ।
ଯେତେବେଳେ ଆପଣ ଆଜି ଏକ ଟିକେଟ୍ ବୁକ୍ କରନ୍ତି, ରେଲଓ୍ବାନ୍ ଆପ୍ ଆପଣଙ୍କୁ ସୂଚନା ଦିଏ ଯେ ଏକ ପ୍ରତୀକ୍ଷା ତାଲିକାଭୁକ୍ତ ଟିକେଟ୍ ନିଶ୍ଚିତ ହେବାର ସମ୍ଭାବନା ଅଛି କି ନାହିଁ । ଏହି ଆପ୍ ବର୍ତ୍ତମାନ ନିଶ୍ଚିତକରଣ ସମ୍ଭାବନାର ଏଆଇ ଆଧାରିତ ପୂର୍ବାନୁମାନ ମଧ୍ୟ ପ୍ରଦାନ କରିଥାଏ। ଏହି ବୈଶିଷ୍ଟ୍ୟ ଚଳିତ ବର୍ଷ ପ୍ରାରମ୍ଭରେ ପ୍ରବର୍ତ୍ତନ କରାଯାଇଥିଲା ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ବ୍ୟାପକ ପ୍ରଶଂସା କରାଯାଇଛି | ପ୍ରତୀକ୍ଷା ତାଲିକା ନିଶ୍ଚିତକରଣ ପୂର୍ବାନୁମାନର ସଠିକତା ପୂର୍ବରୁ ୫୩% ରୁ ବର୍ତ୍ତମାନ ୯୪% କୁ ବୃଦ୍ଧି ପାଇଛି।
ରେଲୱାନ୍ ଆପ୍ ଅନେକ ସମନ୍ୱିତ ଏବଂ ଆଧୁନିକ ବୈଶିଷ୍ଟ୍ୟ ପ୍ରଦାନ କରେ, ଯେଉଁଥିରେ ପ୍ରାୟ ସମସ୍ତ ରେଳ ସେବା ଯେପରିକି ବୁକିଂ, ବାତିଲ, ଏବଂ ସଂରକ୍ଷିତ, ଅଣସଂରକ୍ଷିତ ଏବଂ ପ୍ଲାଟଫର୍ମ ଟିକେଟ୍ ପାଇଁ ଫେରସ୍ତ ଆଦି ରହିଛି ।
ଏହା ଟିକେଟ୍ ପ୍ରତୀକ୍ଷା ସ୍ଥିତି, ଟ୍ରେନ୍ କାର୍ଯ୍ୟସୂଚୀ, ଲାଇଭ୍ ଟ୍ରେନ୍ ଚାଲିବା ସ୍ଥିତି, ପ୍ଲାଟଫର୍ମ ସୂଚନା, କୋଚ୍ ସ୍ଥିତି ଏବଂ ଯାତ୍ରୀ ସହାୟତା ପାଇଁ ରେଲ୍ ମଦଦ୍ ପରି ସେବା ଉପରେ ରିଅଲ୍ ଟାଇମ୍ ଅପଡେଟ୍ ମଧ୍ୟ ପ୍ରଦାନ କରେ । ଯାତ୍ରା ସମୟରେ, ଯାତ୍ରୀମାନେ ଆପ୍ ମାଧ୍ୟମରେ ଖାଦ୍ୟ ମଧ୍ୟ ଅର୍ଡର କରିପାରିବେ, ଯାହା ସିଧାସଳଖ ସେମାନଙ୍କ ସିଟ୍ ନିକଟରେ ଖାଦ୍ୟ ପହଞ୍ଚାଇବା ସୁନିଶ୍ଚିତ କରେ । ସୁବିଧାଜନକ ଏବଂ ସେବା-ଭିତ୍ତିକ ବୈଶିଷ୍ଟ୍ୟ ସହିତ ସଜ୍ଜିତ, ରେଲୱାନ୍ ଆପ୍ ଲୋକପ୍ରିୟତାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।
ଏହି ଆପ୍ ଜରିଆରେ ସାରା ଦେଶରେ ପ୍ରତିଦିନ ୯.୨୯ ଲକ୍ଷ ଟିକେଟ୍ ବୁକ୍ କରାଯାଉଛି, ଯେଉଁଥିରେ ୭.୨ ଲକ୍ଷ ଅଣସଂରକ୍ଷିତ ଟିକେଟ୍ ଏବଂ ୨.୦୯ ଲକ୍ଷ ସଂରକ୍ଷିତ ଟିକେଟ୍ ସାମିଲ ରହିଛି। ଅଣସଂରକ୍ଷିତ ଟିକେଟରେ ପ୍ଲାଟଫର୍ମ ଟିକେଟ ମଧ୍ୟ ସାମିଲ ରହିଛି। ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ରେଲୱାନ୍ ଆପ୍ କୁ ବ୍ୟାପକ ପ୍ରଶଂସା କରାଯାଇଛି। ଏହାକୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ ୩.୧୬ କୋଟି ଥର ଏବଂ ଆପଲ୍ ଡିଭାଇସରେ ୩୩ ଲକ୍ଷ ୧୭ ହଜାର ଥର ଡାଉନଲୋଡ୍ କରାଯାଇଛି।
ଦେଶର ଯାତ୍ରୀମାନଙ୍କ ପାଇଁ ଭାରତୀୟ ରେଳବାଇ ହେଉଛି ଏକ ଜୀବନରେଖା। ୨୦୨୪-୨୫ ମସିହାରେ ଭାରତୀୟ ରେଳବାଇ ଯାତ୍ରୀ ଟିକେଟ୍ ଉପରେ ୬୦,୨୩୯ କୋଟି ଟଙ୍କାର ସବସିଡି ପ୍ରଦାନ କରିଥିଲା। ଏହା ପ୍ରତ୍ୟେକ ରେଳ ଯାତ୍ରୀଙ୍କ ପାଇଁ ହାରାହାରି ୪୩% ରିହାତି ସହିତ ସମାନ। ଅନ୍ୟ ଶବ୍ଦରେ, ଯଦି ସେବା ପ୍ରଦାନ କରିବାର ମୂଲ୍ୟ ୧୦୦ ଟଙ୍କା, ତେବେ ଟିକେଟ୍ ମୂଲ୍ୟ ମାତ୍ର ୫୭ ଟଙ୍କା ।