
କେସିଙ୍ଗା, (ପ୍ରୀତେଶ ପଟେଲ) : ପାଞ୍ଚ ରାଜ୍ୟର ଫଳାଫଳ ଘୋଷଣା ପରେ ତିନି ରାଜ୍ୟରେ ବଙ୍ଗାଳ, ଆସାମ ଓ ପୁଡୁଚେରୀରେ ବିଜେପି ପାର୍ଟୀର ପ୍ରଚଣ୍ଡ ବିଜୟ ଅବସରରେ କଳାହାଣ୍ଡି କେସିଙ୍ଗା ନଗର ବିଜେପି ତରଫରୁ କେସିଙ୍ଗା ପଶୁ ଚିକିତ୍ସାଳୟ ସାମନାରେ ବାଣ ଫୁଟାଇ, ମିଷ୍ଟାନ୍ନ ବଣ୍ଟନ ଓ ଝାଲମୁଢି ଠେଲା ଲଗାଇ ନିର୍ବାଚନ ବିଜୟ ଉତ୍ସବ ଧୁମ୍ଧାମ୍ରେ ପାଳନ କରିଲେ କେସିଙ୍ଗା ବିଜେପି କର୍ମୀ । ଏହି ଅବସରରେ ବିଜେପି କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ବେଶ୍ ଦେଖିବାକୁ ମିଳିଛି । କେସିଙ୍ଗା ନଗର ବିଜେପି ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ଵରେ ଏହି ନିର୍ବାଚନ ବିଜୟ ଉତ୍ସବ ପାଳନ କରାଯାଇଥିଲା ଓ କେସିଙ୍ଗାର ସମସ୍ତ ବରିଷ୍ଠ ତଥା କନିଷ୍ଠ କର୍ମୀମାନେ ଉପସ୍ଥିତ ଥିଲେ ।