
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ଆସିବା ପରେ ବିକାଶ ମୂଳକ କାର୍ଯ୍ୟ ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳୁଛି । ତେବେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ବିଜେପି ବିଧାୟକ ଭାବେ ନବୀନ ଜୈନ ବିଜୟୀ ହେବା ପରେ ଏବେ ବିକାଶ କଥା କହୁଛି । ବିଧାୟକଙ୍କ ବିକାଶ ମୂଳକ କାର୍ଯ୍ୟ ଦେଖି ତଥା ତାଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅଂଶୀଦାର ହୋଇ ନିଜ ଅଞ୍ଚଳର ବିକାଶରେ ଯୋଡ଼ି ହେବା ପାଇଁ ରବିବାର ସକାଳେ ଟିଟିଲାଗଡ ବିଜେପି କାର୍ଯ୍ୟାଳୟରେ ବିଧାୟକ ନବୀନ ଜୈନ ଟିଟିଲାଗଡ ନିକଟସ୍ଥ ଭାଲେ ଗାଁ ଗ୍ରାମ ପଞ୍ଚାୟତର ପଚାଶରୁ ଉର୍ଦ୍ଧ୍ୱ ବିଜେଡି ଓ କଂଗ୍ରେସ କର୍ମୀମାନେ ବିଜେପିରେ ସାମିଲ ହୋଇଛନ୍ତି, ସେମାନେ ହେଲେ ଗୁର୍ଜିଭଟା ଓ ବାଗଡେର ଗ୍ରାମର, ଦୀନବନ୍ଧୁ ଭୋଇ, ମଦନ ଭୋଇ, ଗୁଣମନି ଚନ୍ଦନ, କାନିଜୁରୀ, ପିଙ୍କୁ ଚନ୍ଦନ, କାନିଜୁରୀ, ଉପେନ୍ଦ୍ର ଗହୀର, ଦୀନବନ୍ଧୁ କଟା, ସନ୍ତ କଟା, ଦେବ କଟା । ଏହି ଅବସରରେ ବିଧାୟକ ନବୀନ ଜୈନ ସମସ୍ତଙ୍କୁ ଭାରତୀୟ ଜନତାପାର୍ଟିର ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ।