mahavir

ସିମେଣ୍ଟ ଫେକ୍ଟ୍ରିରେ କାର୍ଯ୍ୟରତ ଶ୍ରମିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ସିମେଣ୍ଟ ଫେକ୍ଟ୍ରିରେ କାର୍ଯ୍ୟରତ ଶ୍ରମିକ ଶନିବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ବରଗଡ଼ ସିମେଣ୍ଟ ଫେକ୍ଟ୍ରେିରେ ଶ୍ରମିକଙ୍କୁ ଆଉ କାର୍ଯ୍ୟ ଦିଆଯାଉ ନଥିବା ବେଳେ ଭିଆରଏସ୍‌ ପ୍ରଦାନ ପାଇଁ ଶ୍ରମିକମାନେ ଦାବି କରିଛନ୍ତି । ତେବେ ଫେକ୍ଟ୍ରିରେ ଆଉ କାର୍ଯ୍ୟ ନଥିବା ବେଳେ ଶ୍ରମିକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରାୟ ୧୩୦ ଜଣ ଶ୍ରମିକ ମାନଂକୁ ବର୍ତ୍ତମାନ କାର୍ଯ୍ୟ ଦିଆଯାଉ ନଥିବା ବେଳେ ଦରମା ମଧ୍ୟ ମିଳୁନାହିଁ । ତେବେ ଭିଆରଏସ୍‌ ପ୍ରଦାନ ପାଇଁ ଦାବି କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ଶ୍ରମିକମାନେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.