
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରୀ ନୃସିଂହ ମନ୍ଦିରର ମହନ୍ତ ମହାରାଜ ବ୍ରଜ ମୋହନ ଶରଣଦେବଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗୁରୁଭାଇ ଓ ଭଉଣୀ ସେବା ସଂଘ ଟ୍ରଷ୍ଟ ଆନୁକୂଲ୍ୟରେ ଶ୍ରୀ ନୃସିଂହ ମହାପ୍ରଭୁଙ୍କର ଜନ୍ମୋତ୍ସବ ସହିତ ଦ୍ୱାଦଶ ବ୍ରାହ୍ମଣ ସନ୍ତାନ ମାନଙ୍କର ବ୍ରତୋପନୟନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ପବିତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଶହ ଶହ ଭକ୍ତବୃନ୍ଦ ଯୋଗଦାନ କରି ପ୍ରଭୁକୃପା ସହିତ ମହନ୍ତ ମହାରାଜଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିଲେ । ଗୁରୁଭାଇ ଓ ଭଉଣୀ ସେବାସଂଘର ପ୍ରମୁଖ ଉପଦେଷ୍ଟା ପଣ୍ଡିତ ଚନ୍ଦ୍ର କୁମାର ପୁରୋହିତ ସହିତ ବିଶିଷ୍ଟ ପଣ୍ଡିତ ମୁରାରୀ ମିଶ୍ର ବ୍ରତୋପନୟନ ପୂଜାବିଧି ପରିଚାଳନା କରିଥିଲେ । ସହରର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ଉଭୟ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ସମେତ ବଲାଙ୍ଗିର ପୌରପରିଷଦର ଅଧ୍ୟକ୍ଷା ଲିକା ସାହୁ ମଧ୍ୟ ଯୋଗଦାନ କରି ଏଭଳି ପୂଣ୍ୟକାର୍ଯ୍ୟ ପାଇଁ ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀ ନୃସିଂହ ମନ୍ଦିର ଭାଇ ଓ ଭଉଣୀ ସେବା ସଂଘର ସଭାପତି କ୍ଷମାନିଧି ବାଗ, ସମ୍ପାଦକ ହଜାରୀ ମିଶ୍ର, ଯୁଗ୍ମ ସଂପାଦକ କିଶୋର ପୁରୋହିତ, କୋଷାଧ୍ୟକ୍ଷ ଭକ୍ତବନ୍ଧୁ ଦାଶ, କାର୍ଯ୍ୟକାରୀ ସଦସ୍ୟ ରଘୁନାଥ ରାଉତ, ଦିିଲୀପ କୁମାର ନାୟକ, ବ୍ରଜ ମୋହନ ସାହୁ, ଜଗମୋହନ ତ୍ରିପାଠୀ, ବିରଂଚି ନାରାୟଣ ତ୍ରିପାଠୀ, ପୁରନ୍ଦର ହୋତା, ପ୍ରଭାତ କୁମାର ଦାଶ, ଗୌର ଚରଣ ସାହୁ, ଭୁସାଗର ଡାଙ୍ଗ, ପଣ୍ଡିତ ଗୋବର୍ଦ୍ଧନ ଶତପଥି ସମେତ ସ୍ୱେଚ୍ଛାସେବୀ, ଜୟରାମ ମିଶ୍ର, ସଂକୀର୍ତ୍ତନ ତ୍ରିପାଠୀ, ରାକେଶ ପଣ୍ଡା, ରାଜେନ୍ଦ୍ର ପାଣିଗ୍ରାହୀ ବାଗଦଲ ସିଂ ଯାଦବ ଓ ଅନେକ ଭକ୍ତ ଉପସ୍ଥିତ ଥିଲେ ।