
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ହେମସାଗର ଭୋଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମସ୍ତ ଗୁରୁଜୀ ଗୁରୁମାମାନଙ୍କୁ ଆଶୀର୍ବଚନ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉକ୍ତ ସଭାରେ ଶିକ୍ଷା ବିକାଶ ସମିତି, ଓଡ଼ିଶାର ପ୍ରଚାର ପ୍ରସାର ଓ ପତ୍ରିକା ବିଭାଗ ତଥା ପଶ୍ଚିମ ସମ୍ଭାଗ ପ୍ରଭାରୀ ଦେବେନ୍ଦ୍ର ପଟ୍ଟନାୟକ, ସଭାପତି ପୃଥ୍ୱୀରାଜ ସାହୁ, ସଂକୁଳ ପ୍ରମୁଖ ଡ. ଦ୍ଵାଦଶ କୁମାର ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମରେ ସାରା ଓଡ଼ିଶାରେ ପ୍ରାଦେଶିକ ମେଧା ପରୀକ୍ଷା ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫ ଜଣ ଭାଇ ଭଉଣୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା ସହ ଉପଢୌକନ ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସମସ୍ତ ସଦସ୍ୟ, ସଦସ୍ୟା, ପୁରାତନ ଛାତ୍ରଛାତ୍ରୀ, ମାତୃଭାରତୀ, ଅଭିଭାବକ ଅଭିଭାବିକା, ସଂକୁଳର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ । ସଭା ଶେଷରେ ବିଦ୍ୟାଳୟର ସମ୍ପାଦକ ଜନକ ଲାଲ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।