mahavir

ଟିଟିଲାଗଡ଼ ସବଡିଭିଜନରେ ଆଇସିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଗୋୟଲ ପରିବାର ପୁଅ ଝିଅଙ୍କ ସଫଳତା : ଜିଲ୍ଳା ଟପ୍ପର ହେଲେ ବିଦ୍ୟା ଗୋୟଲ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ସକାଳୁ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ଫଳାଫଳ ବାହାରିଛି । ତେବେ ସେଣ୍ଟଆନି ସ୍କୁଲରେ ପଢୁଥିବା ଟିଟିଲାଗଡ଼ର ଗୋଏଲ ପରିବାରର ପୁଅ ଏବଂ ଝିଅମାନେ ବାଜିମାତ କରି ଟପ୍ପର୍ ହୋଇଛନ୍ତି । ଭଲ ପ୍ରତିଶତ ମାର୍କ ରଖି ସ୍କୁଲର ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଟିଟିଲାଗଡ ସହରର ପ୍ରତିଷ୍ଠିତ ରାମ ବିଲାସ ଆଣ୍ଡ ସନ୍ସ କମ୍ପାନି ଯାହାକି ଗୋୟଲ ପରିବାର ସଦସ୍ୟଙ୍କୁ ନେଇ ପ୍ରତିଷ୍ଠିତ । ସେହି ଗୋୟଲ ପରିବାରର ଶ୍ୟାମ ଅର୍ଚ୍ଚନା ଗୋୟଲଙ୍କ ଝିଅ ବିଦ୍ୟା ଗୋୟଲ ୯୭.୬% ମାର୍କ ରଖି ଟିଟିଲାଗଡ଼ ସବଡିଭିଜନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି, ମନୋଜ ଶୀତଳ ଗୋୟଲଙ୍କ ପୁଅ କ୍ରିଷ୍ଣା ଗୋୟଲ ୯୬.୪% ମାର୍କ ସହ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଏହା ସହ ସେହି ଗୋୟଲ ପରିବାରରୁ ରିଦ୍ଧି ଗୋୟଲ ସିଏ ଯମୁନା ପ୍ରସାଦ ଓ ସ୍ୱାତୀ ଗୋୟଲଙ୍କ ଝିଅ ୯୩.୨% ମାର୍କ ସହିତ ୮ମ ସ୍ଥାନ ଅଧିକାର କରି ସମସ୍ତଙ୍କର ଗର୍ବ ବଢ଼ାଇଛନ୍ତି । ଏକ ପରିବାରରୁ ଏପରି ଉତ୍କୃଷ୍ଟ ଫଳାଫଳ ଆସିବା ଦୁର୍ଲଭ ଘଟଣା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ପରିବାରର ମୁରବି ଶମ୍ଭୁ ପ୍ରସାଦ ଗୋଏଲ ଏହି ସଫଳତା ପାଇଁ ପରିବାର ସଦସ୍ୟ, ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଶ୍ରେୟ ଦେବା ସହ କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ହାସଲ କରିବା ସମ୍ଭବ ପର ହୋଇଛି ବୋଲି କହିଛନ୍ତି । ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ ବୋଲି ଅଭିଭାବକ ଓ ଶିକ୍ଷକମାନେ ଆଶାବ୍ୟକ୍ତ କରିଥିବା ବେଳେ ପରିବାର ଏକ ହୋଇ ରହିଲେ ସଫଳତା ନିଶ୍ଚୟ ମିଳେ ବୋଲି ସହରରେ ଆଲୋଚନା ହେଉଛି ।

Leave A Reply

Your email address will not be published.