
ରାଉରକେଲା, (ସସ୍ମିତା ପ୍ରଧାନ) : ବରଟୋଲି ସ୍ଥିତ ବୁଧୁବୀର ଆଇଟିଆଇର ୨୯ତମ ବାର୍ଷିକ ବୈଠକ ଆଇଟିଆଇ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଇଟିଆଇର ଅଧ୍ୟକ୍ଷ ଇସ୍ତାକ ଅହମ୍ମଦ ଖାନ୍ଙ୍କ ସଭାପତିତ୍ୱ ଓ ରାଜେଶ ଦଳେଇଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ ମୁଖ୍ୟ ଅତିଥି, ନିର୍ଦ୍ଦେଶକ ନମିତା ପଟ୍ଟନାୟକ ସମ୍ମାନିତ ଅତିଥି ଓ ସ୍ୱତନ୍ତ୍ର ଅତିଥି ଭାବେ ଟ୍ରଷ୍ଟି କଳ୍ପନା ପଟ୍ଟନାୟକ, ଟ୍ରଷ୍ଟି ସଂଯୁକ୍ତା ପଟ୍ଟନାୟକ, ଟ୍ରଷ୍ଟି ରଶ୍ମିତା ପଟ୍ଟନାୟକ, ସଦସ୍ୟା ଅଙ୍କିତା ଦାସ ଓ ଅନିମା ରାଣୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ଦାସ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ କହିଲେ ଯେ, ଏହି ଅନୁଷ୍ଠାନ ୧୯୯୫ ମସିହାରେ ପ୍ରତିଷ୍ଠା ହୋଇ ଏହି ଅଞ୍ଚଳରେ ଶିକ୍ଷା, ସାମାଜିକ ଦାୟିତ୍ୱବୋଧ ଓ ସଂସ୍କୃତି ରକ୍ଷା କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ଆସିଛି । ଆଗାମୀ ଦିନରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ବୃଦ୍ଧାଶ୍ରମ ଓ ଏକ ମିନି ହସ୍ପିଟାଲ ତିଆରି କରିବା ପାଇଁ ଲକ୍ଷ୍ୟ ରହିଛି । ସେହିପରି ଭାଗବତ ଅଗଣା ପ୍ରତିଷ୍ଠା କରି ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିପାରିଛି । ଏହି ଅଞ୍ଚଳର ବିକାଶ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଐକ୍ୟବଦ୍ଧତା ବଜାୟ ରଖିଲେ ଏହା ସମ୍ଭବ ହୋଇପାରିବ ବୋଲି ମତ ରଖିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ଆଶାରାଣୀ ନାୟାର ସ୍ୱାଗତ ଭାଷଣ ଓ ଆଇଟିଆଇର ଅଧ୍ୟକ୍ଷ ଶ୍ରୀ ଖାନ୍ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସମଗ୍ର ରାଜ୍ୟରେ ଅନୁଷ୍ଠାନର ଛାତ୍ରୀ ପୂଜା ଓରାମ ରାଜ୍ୟସ୍ତରୀୟ କ୍ରୀଡାରେ ପ୍ରଥମ ସ୍ଥାନ ଅଧିକାର କରି ଅନୁଷ୍ଠାନକୁ ଗୌରବାନ୍ୱିତ କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ, ସଂଗୀତ ଓ ଅଭିନୟ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ରମାକାନ୍ତ ସୂତାର, ସୁପ୍ରଭା ଆଚାର୍ଯ୍ୟ,ସମୀର ପଟ୍ଟନାୟକ, ସୁରେନ୍ଦ୍ର ବିଶ୍ୱାଳ, ସୁବଳ ପଟ୍ଟନାୟକ, ବସନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସହ ନିର୍ଦ୍ଦେଶକ ତୁଷାରକାନ୍ତ ପଟ୍ଟନାୟକ, ମିରାସ ଏକ୍କା, ସୌରଭ ସିଂ ରାୟ, ସୁଶାନ୍ତ ମିଞ୍ଜ, ଶକ୍ତି ଶେଖର ଦେବ, ସତ୍ୟଶ୍ରୀ ଜେନା, ମିତାଲି ଜେନା, ମହେଶ୍ୱେତା ସାହୁ, ଇଶଦର ମୁଣ୍ଡା, ଫୁଲମଣୀ ଲାକ୍ରା ପ୍ରମୁଖ ସହଯୋଗ କରିଥିଲେ ।