
ରାଉରକେଲା, (ସସ୍ମିତା ପ୍ରଧାନ) : ମଧୁସୂଦନ ପାଠାଗାର ଓ ଛେଣ୍ଡ ୱେଲଫେୟାର କମିଟିର ମିଳିତ ଆନୁକୂଲ୍ୟରେ ପାଠାଗାର ଠାରେ କୁଳବୁଦ୍ଧ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତୀ ପାଳନ କରାଯାଇଛି । ପାଠାଗାରର ସଭାପତି ହରିହର ରାଉତରାୟଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ବିଜୟ କୁମାର ବରାଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆର୍ଏମ୍ସିର ଯୁଗ୍ମ କମିଶନର ପଲ୍ଲବୀ ନାୟକ, ମୁଖ୍ୟବକ୍ତା ଭାବେ ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ଯୋଗଦେଇ ମଧୁସୂଦନଙ୍କ ଜୀବନାଦର୍ଶ ଓ ଓଡ଼ିଶା ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ରାଉତରାୟ ଅତିଥି ମାନଙ୍କ ପରିଚୟ ସହ ସ୍ୱାଗତ ଭାଷଣ ରଖିଥିଲେ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ୱେଲଫେୟାର କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ପାଦକ ବ୍ରଜମୋହନ ପାଣି, ପର୍ଶୁରାମ ସାହୁ, ଅନିରୁଦ୍ଧ ମିଶ୍ର, ପ୍ରଭାକର ନାୟକ, ରବି ସିଂ, ନିତ୍ୟାନନ୍ଦ ପଟ୍ଟନାୟକ, ସମୀର ପଣ୍ଡା, ଯୋଗେଶ୍ୱର ପ୍ରଧାନ, ଜୟୀରାମ ସାମଲ, ପ୍ରକାଶ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ସମ୍ପାଦକ ସୂର୍ଯ୍ୟନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଅଭୟ କୁମାର ପ୍ରଧାନ, ବିଚିତ୍ରାନନ୍ଦ ସାହୁ, ଶ୍ରୀକାନ୍ତ ଷଡ଼ଙ୍ଗୀ, ପୀତବାସ ପ୍ରଧାନ, ରାଖାଲ ମହାନ୍ତି, ହରିଶ୍ଚନ୍ଦ୍ର ମିଶ୍ର, ଅଜୟ ମହାନ୍ତି, ଅନିଲ ମଲ୍ଲିକ ପ୍ରମୁଖଙ୍କ ସହ ଶତାଧିକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।