
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ଠାରେ ଏକ ଭଡାଘରୁ ମେଘା ପ୍ରୋଜେକ୍ଟ ଯନ୍ତ୍ରୀ ପ୍ରବୀର କୁମାର ବେହେରା(୨୭)ଙ୍କ ଝୁଲନ୍ତା ମୃତଦେହ ତୁଷୁରା ପୋଲିସ ଉଦ୍ଧାର କରିଛି । ଯନ୍ତ୍ରୀ ଦୁଇ ଜଣ ସହଯୋଗୀଙ୍କ ସହିତ ମିଶି ଗୁଡଭେଲାର କେଶରାମ ଅଗ୍ରୱାଲଙ୍କ ଘରେ ଘର ଭଡା ନେଇ ରହୁଥିଲେ । ସେ ଯାଜପୁର ଜିଲା ମଙ୍ଗଳପୁର ଥାନା କନିକାପଡା ଗ୍ରାମର ବୋଲି ଜଣାପଡିଛି । ଘରେ ଏକୁଟିଆ ଥିବା ଅବସ୍ଥାରେ ପ୍ରବୀର ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ତାଙ୍କ ସାଙ୍ଗରେ ରହୁଥିବା ଅନ୍ୟମାନେ ଘରେ ଥିଲେ ନା ନାହିଁ ତାକୁ ନେଇ ପୋଲିସ ତଦନ୍ତ କରୁଛ । ଏହା ଏକ ଆତ୍ମହତ୍ୟା ନା ଷଡଯନ୍ତ୍ର ହତ୍ୟା ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଚାଲିିଛି । ପୋଲିସ ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ହୋଇଥାଇ ପାରେ ବୋଲି ଅନୁମାନ କରୁଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ପରେ ପ୍ରକୃତ କାରଣ ଜଣାପଡିବ ପୋଲିସ ପକ୍ଷରୁ କୁହାଯାଇଛି । ଘଟଣାସ୍ଥଳକୁ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛ ।