pr

ବୈଶାଖ ମେଳା ବିଶ୍ୱଶାନ୍ତି ମହାଯଜ୍ଞ ପ୍ରଥମ ଦିବସରେ ୩୪ ହଜାର ୬୦୦ ବୀଜ ମନ୍ତ୍ର ଜପ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୂଣ୍ୟପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ପିଠରେ ବୈଶାଖ ମେଳା ରବିବାର ବିଶ୍ୱଶାନ୍ତି ମହାଯଜ୍ଞ ପ୍ରଥମ ଦିବସରେ ୩୪ ହଜାର ୬୦୦ ନୃସିଂହ ବୀଜ ମନ୍ତ୍ର ଜପ ହୋଇଯାଇଛି । ପଣ୍ଡିତ ଡ଼ିଗ୍ରୀଧର ଦେବତାଙ୍କ ସହ ଲିଙ୍ଗରାଜ ଦେବତା, ରାମଚନ୍ଦ୍ର ତ୍ରିପାଠୀ, ଫକିର ଶତପଥୀ, ବିକାଶ ଦେବତା, ମିତ୍ରଭାନୁ ଦେବତା, ଜୟନ୍ତ ପଣ୍ତା, ମୁନା ଦେବତା, ସିଦ୍ଧେଶ୍ଵର ସାବତ, ଦେବରାଜ ପଣ୍ତା, ରଙ୍କମଣୀ ଦେବତା, ହିମାଂଶୁ ପଣ୍ତା, ଜିତେନ୍ଦ୍ର ତ୍ରିପାଠୀ ମୋଟ ୧୩ଜଣ ଦକ୍ଷ ପଣ୍ଡିତ ପୂଜାପାଠ ସହ ବିଶ୍ଵଶାନ୍ତି ମହାଯଜ୍ଞରେ ନୃସିଂହ ବୀଜ ମନ୍ତ୍ର ଜପ କରି ନିଜ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି । ଯଜ୍ଞ ପରିଚାଳନାରେ ମେଳା କମିଟିର ସଦସ୍ୟ ଗିରିଶ ଚନ୍ଦ୍ର ନାୟକ, ମାତୃପ୍ରସାଦ ରଥ, ଡିଗ୍ରୀଧର ସାହୁ ଦାୟିତ୍ୱ ତୁଳାଇ ଥିବାବେଳେ ଅନିଲ ସାହୁ, ଅଲେଖ ସାହୁ ପ୍ରମୁଖ ଯଜ୍ଞକାର୍ଯ୍ୟରେ ସହଯୋଗ କରିଥିଲେ । ବୈଶାଖ ମେଳାର ପ୍ରଥମ ଦିନରେ ଯଜ୍ଞପୀଠରେ ରୀତିନୀତି ସହ ପୂଜା ପାଠ ହୋମ, ଆଳତୀ କରାଯାଇ ବିଶ୍ଵର ଶାନ୍ତି ଓ ମଙ୍ଗଳ ପାଇଁ ବିଶ୍ଵଶାନ୍ତି ମହାଯଜ୍ଞ ପୀଠରେ ପାର୍ଶ୍ୱଦେବାଦେବୀଙ୍କୁ ଆବାହନ କରାଯାଇଛି । ଆଜି ଭୋର୍‌ରୁ ମନ୍ଦିର ବାଳ ବ୍ରହ୍ମଚାରୀ ପଣ୍ଡିତମାନେ ନୃସିଂହନାଥ ମହାପ୍ରଭୁଙ୍କୁ ଯଥା ରୀତିରେ ପୂଜାର୍ଚ୍ଚନା କରି ହଜାର ହଜାର ଭକ୍ତ ଲମ୍ବା ଧାଡ଼ିରେ ଛିଡ଼ାହୋଇଥିବାରୁ ତାଙ୍କ ଦର୍ଶନ କରାଉଛନ୍ତି । ବୈଶାଖ ମେଳାକୁ ସୁପରିଚାଳନା ପାଇଁ କମିଟିର ସଭ୍ୟମାନେ ନିଜ ନିଜର ଦାୟିତ୍ୱ ତୁଳାଇଛନ୍ତି । ଶହସ୍ରାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ନିଜ ନିଜର ପରିବାର ସହ ଭଗବାନ ମାର୍ଜାର କେଶରୀଙ୍କ ଠାରେ ଦର୍ଶନ କରି ଆଶୀର୍ବାଦ ଭିକ୍ଷା ଲଭିଛନ୍ତି । ବୈଶାଖ ମେଳାରେ ସମୟରେ ନୃସିଂହନାଥ ପୀଠରେ ମୋବାଇଲ ନେଟୱର୍କ ସମସ୍ୟା ଦେଖାଯାଇଛି । ଜରୁରୀ ସମୟରେ ଫୋନ ଲାଗୁନାହିଁ କି କୌଣସି ଗୁଗୁଲ ପେ, ଫୋନ୍ ପେ ମଧ୍ୟରେ ଚଳାଇବାରେ ସମସ୍ୟା ଦେଖାଦେଉଛି । ଆଗକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଗମନ ହେବାର ସମ୍ଭାବନା ରହିଛି ଯାହା ନେଟୱର୍କ ସମସ୍ୟା ଦେଖାଦେବାର ସ୍ୱାଭାବିକ । ଏଥିପ୍ରତି ସରକାରୀ ବେସରକାରୀ ଟେଲିକମ ବିଭାଗ ଦୃଷ୍ଟି ଦେଇ ନେଟୱର୍କ ସମସ୍ୟା ସମାଧାନ କରିବାକୁ ଜନସାଧାରଣ ଦାବି କରିଛନ୍ତି ।

nrusinghnath
Leave A Reply

Your email address will not be published.