
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବର୍ତ୍ତମାନର ଏକ ଗୁରୁତ୍ୱପୂର୍ଣ୍ଣ ଖବର ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନାବାଳିକା ଝିଅର ମୃତଦେହ ଉଦ୍ଧାର, ଅପହରଣ କରି ନେଇ ହତ୍ୟାକରି ଝୁଲାଇ ଦେଇଥିବା ଗୁରୁତର ଅଭିଯୋଗ ଆଣିଲେ ପରିବାର । ଘଟଣା ଘଟିଛି ପାଟଣାଗଡ ଥାନା ଡୁମେରପଦର ଗାଁ ନିକଟସ୍ଥ ଜଙ୍ଗଲରେ । ନାବାଳିକା ଜଣକ ହେଲେ ପଢେଲ ଗାଁର ଅନିତା କଠାର ବୋଲି ସୂଚନା ମିଳିଛି । ସୂଚନା ମୁତାବକ ଗତ ସନ୍ଧ୍ୟାରୁ କିଛିଜଣ ଯୁବକ ଅନିତାକୁ ଡାକି ନେଇ ଯାଇଥିବା ସୂଚନା ଦେଇଛନ୍ତି ପରିବାର । ସନ୍ଧ୍ୟା ପରେ କିଛି ଜଣ ଯୁବକ ଅନିତାକୁ ବ୍ଲାକମେଲ କରି ଅପହରଣ କରିନେଇଥିବା ଫୋନ ଯୋଗେ ଅନିତା ପରିବାରଙ୍କୁ ସୂଚନା ଦେଇଥିବା କହିଛନ୍ତି ପରିବାର ଲୋକେ । ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଲେ କୌଣସି ଖବର ପାଇନଥିଲେ । ଆଜି ସକାଳୁ ସକାଳୁ ଡୁମେରପଦର ଗାଁ ଲୋକେ ଝୁଲନ୍ତା ଶବ ଦେଖି ପରିବାରକୁ ଖବର ଦେଇଥିଲେ । ପାଟଣାଗଡ ପୋଲିସ, ବଲାଙ୍ଗିର ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ଆସି ଜୋରଦାର ତଦନ୍ତ ଜାରି ରଖିଛନ୍ତି । ପାରିପାର୍ଶ୍ବିକ ସ୍ଥିତକୁ ଦେଖି ଏହା ଏକ ପ୍ରିପ୍ଲାନ ହତ୍ୟାକାଣ୍ଡ ବୋଲି ଅନୁମାନ କରୁଛନ୍ତି ଅଞ୍ଚଳବାସୀ । ପାଟଣାଗଡ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ଜୋରଦାର ତଦନ୍ତ ଜାରି ରଖିଛି ।