mahavir

ଉମାଶଙ୍କର ଏମଇ ସ୍କୁଲର ଶତବାର୍ଷିକ ପାଳନ ପାଇଁ ପ୍ରସ୍ତୁତି

ଜୟପାଟଣା, (ଶେଷଦେବ ବେହେରା) : ଶହେ ବର୍ଷ ଧରି ମୁଣ୍ଡ ଟେକି ରହି ଜୟପାଟଣା ଅଞ୍ଚଳକୁ ପ୍ରଥମ ଶିକ୍ଷାର ଆଲୋକ ଦେଖାଇଥିବା ଉମାଶଙ୍କର ମଧ୍ୟ ଇଂରାଜୀ ବିଦ୍ୟାଳୟର ଶତବାର୍ଷିକ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ପ୍ରସ୍ତୁତି ସଭାରେ ପୁରାତନ ଛାତ୍ର ତଥା ବିଶିଷ୍ଟ ସମାଜ ସେବୀ ଶେଷଦେବ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ପୁରାତନ ଛାତ୍ର ତଥା ଅବସର ପ୍ରାପ୍ତ ଶିକ୍ଷକ ମନମୋହନ ପଣ୍ଡା ଓ ଇଶ୍ୱର ପ୍ରସାଦ ମୁଣ୍ଡ ମଞ୍ଚାସୀନ ଥିଲେ । ପ୍ରାଚୀନ ଇତିହାସ ସହିତ ଅଦ୍ୟାବଧି ଶହେ ବର୍ଷ ପୂରଣ କରିସାରିଥିବା ଏହି ବିଦ୍ୟାଳୟରୁ ଶିକ୍ଷାପ୍ରାପ୍ତ ହୋଇ ଦେଶ ବିଦେଶରେ ମଧ୍ୟ ନିଜକୁ ପ୍ରତିଷ୍ଠା କରି ସାରିଥିବା ଛାତ୍ରଛାତ୍ରୀଙ୍କ ସମର୍ପିତ ଭାବନା ଜଡିତ ରହି ବିଦ୍ୟାଳୟର ଶତବାର୍ଷିକ ପାଇଁ ଆଗ୍ରହର ସହିତ ପ୍ରତିକ୍ଷା କରିଥିବା ବେଳେ ଏହା ଏକ ସୁଦୂର ପ୍ରସାରି ପଦକ୍ଷେପ ହେବ ବୋଲି ଆଲୋଚନା ହେଉଛି । ପ୍ରସ୍ତୁତି ବୈଠକରେ ବିଭିନ୍ନ ବିନ୍ଦୁ ଉପରେ ଆଲୋଚନା କରାଯାଇ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ସାଙ୍ଗକୁ ଆଧୁନିକ ଶିକ୍ଷା ପଦ୍ଧତିର ବିକାଶ ପାଇଁ ଉଦ୍ୟମ କରାଯିବ ବୋଲି ସମସ୍ତେ ମତ ପ୍ରକାଶ କରିଥଲେ । ସତ୍ୟନାରାୟଣ ଅଗ୍ରୱାଲ, ଜଗଦୀଶ ବୈଠାରୁ, ଅଧ୍ୟାପକ ମାନସ ପଣ୍ଡା, ସୁବାସ ଚନ୍ଦ୍ର ମୁଣ୍ଡ, ଶଙ୍କର କୁମାର ଅଗ୍ରୱାଲ, ଭାସ୍କର ପ୍ରସାଦ ବେହେରା, ଦିବାକର ପଟ୍ଟନାୟକ, ପ୍ରାଣ ରଂଜନ ବେହେରା, ପ୍ରଶାନ୍ତ ମାଝୀ, ଯୁବକ ଲାଲ ପଣ୍ଡା, ହରି କିଷନ ଜୈନ, ଜଗ ମୋହନ ଅଗ୍ରୱାଲ, ଚୈତନ୍ୟ ସେଠୀ ପ୍ରମୁଖ ନିଜର ମତାମତ ସହ ଆଲୋଚନାରେ ଭାଗ ନେଇଥିଲେ । ଚିତ୍ତ ରଂଜନ ଦଳପତି ମଞ୍ଚ ପରିଚାଳନା କରିଥଲେ ।

Leave A Reply

Your email address will not be published.