mahavir

ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ ମାମଲା

  • ଉଚ୍ଛେଦ ପୂର୍ବରୁ ପ୍ରଭାବିତ ପରିବାର ସହିତ ଆଲୋଚନା କରିବା ଆବଶ୍ୟକ : ବିଧାୟକ ଦୁର୍ଗା ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ବର୍ତ୍ତମାନ ବାର୍ଷିକ ୪.୫ ମିଲିଅନ ଟନ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରି ବାର୍ଷିକ ପ୍ରାୟ ୧୦ ମିଲିଅନ ଟନ ଉତ୍ପାଦନ କ୍ଷମତା ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଯୋଜନା କରିଛନ୍ତି । ଏହି ଯୋଜନାର କ୍ରିୟାନ୍ଵୟନ ନିମିତ୍ତ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଟାଙ୍ଗରପାଲ୍ଲୀ ଥାନା ଅଂଚଳରେ ଥିବା ଟାଙ୍ଗରପାଲ୍ଲୀ ଗ୍ରାମ ନିକଟରେ ଥିବା କାଟେ ବସ୍ତି, ଝାରମୁଣ୍ଡା, ବିଯୁବନ ଏବଂ ରେଙ୍ଗାଲି ବସ୍ତି ସମେତ ଅନେକ ବସ୍ତିରେ ରହୁଥିବା ଶତାଧିକ ପରିବାରକୁ ଉଚ୍ଛେଦ କରିବାର ଯୋଜନା କରିଛନ୍ତି । ଦେଶର ପ୍ରଗତି ପାଇଁ ବିକାଶ ଅତ୍ୟନ୍ତ ଆବଶ୍ୟକ ତେବେ ଲୋକଙ୍କ ବିନାଶ କରି ହେବାକୁ ଥିବା ବିକାଶକୁ ସଭ୍ୟ ସମାଜ କେବେ ମଧ୍ୟ ଗ୍ରହଣ କରିବ ନାହିଁ । ଏହି କ୍ଷେତ୍ରରେ କାରଖାନା ସମ୍ପ୍ରସାରଣ ପାଇଁ ଆବଶ୍ୟକ ଜମିରେ ଗତ ୫ ଦଶନ୍ଧି ଧରି ରହିଆସୁଥିବା ଶତାଧିକ ପରିବାରକୁ ଉଚ୍ଛେଦ କରିବା ପୂର୍ବରୁ ସମସ୍ତ ପ୍ରଭାବିତ ପରିବାର ସହ ଆଲୋଚନା କରି ସେମାନଙ୍କୁ ବିଶ୍ୱାସକୁ ନେଇ ଉଚିତ ଥଇଥାନ କରିବା ପାଇଁ ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ତଥା ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ନିବେଦନ କରିଛନ୍ତି ।

Leave A Reply

Your email address will not be published.