mahavir

ବାରବନ୍ଧ କେନ୍ଦୁପତ୍ର ଫଡି ନିକଟରୁ ୧୦ କ୍ଵିଣ୍ଟାଲ ବେଆଇନ ଗଚ୍ଛିତ ଖଇର କାଠ ଜବତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଡିବିଜନର ଡିଏଫଓ ଅଜିତ ବିଶିଙ୍କ ନିର୍ଦ୍ଦେଶରେ ବନବିଭାଗର ମୋବାଇଲ ସ୍କ୍ୱାର୍ଡ ମୁରିବାହାଲ ରେଞ୍ଜ ଗୁଲମି ସେକ୍ସନ ବାରବନ୍ଧ ଗ୍ରାମର କେନ୍ଦୁପତ୍ର ଫଡି ନିକଟ ଜମିରୁ ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା ୧୦ କ୍ଵିଣ୍ଟାଲ ବେଆଇନ ଖଇର କାଠକୁ ଜବତ କରିଛି । ବଲାଙ୍ଗିର ଡିଏଫଓ ଶ୍ରୀ ବିଶି ମୁରିବାହାଲ ରେଞ୍ଜ ଗୁଲମି ସେକ୍ସନ ବାରବନ୍ଧ ଗ୍ରାମରେ ବହୁ ପରିମାଣର ଖଇର କାଠ ଚୋରାଚାଲାଣ ପାଇଁ ରଖାଯାଇଥିବା ନେଇ କୌଣସି ବିଶେଷ ସୂତ୍ରରୁ ସୂଚନା ପାଇଥିଲେ । ସେ ଏ ସମ୍ପର୍କରେ ମୁରିବାହାଲ ରେଞ୍ଜରଙ୍କୁ ସୂଚନା ଦେଇ ବଲାଙ୍ଗିର ଡିଭିଜନର ମୋବାଇଲ ସ୍କ୍ୱାର୍ଡକୁ ତୁରନ୍ତ ଘଟଣା ସ୍ଥଳକୁ ପଠାଇଥିଲେ । ଚଢ଼ାଉ ବେଳେ ସେହି ଚାଷ ଜମିରେ ଚୋରାଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ୧୦ କ୍ଵିଣ୍ଟାଲ ମୂଲ୍ୟବାନ ବେଆଇନ ଖଇର କାଠକୁ ଜଙ୍ଗଲ ବିଭାଗ ଜବତ୍ କରିଥିଲା । ଜବତ ଖଇର କାଠର ଆନୁମାନିକ ବଜାର ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଜବତ ଖଇର କାଠଟି କାହାର ଓ କେଉଁ ମୁଖ୍ୟ କାର୍ପଟଦାର ଆଣି ଏଠାରେ ରଖିଥିଲା ବନବିଭାଗ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଏହି ଚଢାଉରେ ମୁରିବାହାଲ ରେଞ୍ଜର ପଦ୍ମନାଭ କୁମ୍ଭାରଙ୍କ ନେତୃତ୍ୱରେ ଗୁଲମୀ ଫରେଷ୍ଟର ସତ୍ୟମ୍ ମହାନ୍ତି, ଡଙ୍ଗାବାଞ୍ଜି ଫରେଷ୍ଟର ମନୋଜ ଦଣ୍ଡସେନା, ମୁରିବାହାଲ ଫରେଷ୍ଟର ଧୃବଚରଣ ବଗର୍ତ୍ତୀ, ଫରେଷ୍ଟ ଗାର୍ଡ ଧରିତ୍ରୀ ବାରିକ୍, ନିଲୁ ବରିହାଙ୍କ ସହ ରେଞ୍ଜର ସମସ୍ତ ଆଇପିସିଇଏ ସ୍କ୍ୱାର୍ଡ ସାମିଲ ହୋଇଥିଲେ ।

Leave A Reply

Your email address will not be published.