ବଡମାଲ ରେଳ ଷ୍ଟେସନରୁ ଚୋରି ଅଭିଯୋଗରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଧିନସ୍ଥ ବଡମାଲ ରେଳ ଷ୍ଟେସନ ସିକେର ରେଳଷ୍ଟେସନ ମଧ୍ୟରେ ରେଳଲାଇନ ଦୋହରିକରଣ ପାଇଁ ବ୍ୟବହୃତ ଲୁହାଛଡ ଓ ଆଇରନ ଜେକ୍‌ ଚୋରି ହୋଇଥିବା ଏନେଇ ବଡମାଲ ଫାଣ୍ଡିରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୋଏଲଭାଡି ଗ୍ରାମର କିଶୋର ଠାକୁର, ଧରପଗଡ ପଂଚାୟତ ପେଣ୍ଡରାମାଲ ଗ୍ରାମର ଚୈତନ୍ୟ ସ୍ୱାଇଁ ଓ ଶଶି କୁମ୍ଭାର । ସୂଚନା ମତେ, ବଡମାଲ ଓ ସିକେର ଷ୍ଟେସନ ମଧ୍ୟରେ ବର୍ତ୍ତମାନ ରେଳଲାଇନ ଦୋହରିକରଣ କାର୍ଯ୍ୟ ଚାଲୁଥିବା ବେଳେ ନିର୍ମାଣ କାର୍ଯ୍ୟସ୍ଥଳରୁ ୪ କ୍ୱିଇନଟାଲରୁ ଅଧିକ ଲୁହାଛଡ ଓ ୪୦ଡି ଆଇରନ ଜେକ ଚୋରି ହୋଇଥିବା ଅଭିଯୋଗ ଏନେଇ ବଡମାଲ ଫାଣ୍ଡିରେ ହୋଇଥିଲା । ତେବେ ରେଲୱେ ପୁଲିସ ଓ ବଡମାଲ ପୁଲିସ ମିଲିତ ଭାବେ ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ଧରାପାଇଥିଲେ । ସେମାନଙ୍କ ଠାରୁ ଚୋରୀ ସାମଗ୍ରୀ ସମେତ ଚୋରୀରେ ବ୍ୟବହୃତ ହୋଇଥିବା ଏକ ପିକଅପ ଗାଡି ଜବତ କରାଯାଇଥିବା ଏନେଇ ବଡମାଲ ଫାଣ୍ଡି ଅଧିକାରୀ ସର୍ବେସ୍ୱର ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.