ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ପ୍ରବେଶ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବର ପ୍ରାରମ୍ଭରେ ଆଜି ନୂତନ ଭାବରେ ନାମ ଲେଖିଥିବା ୧୬ ଜଣ ଛାତ୍ରୀଙ୍କୁ ବିଦ୍ୟାଳୟ ଗେଟରୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ପିଲା ମାନଙ୍କ ମଧ୍ୟରେ ଉତ୍ସାହ ଆଣିବା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପହଣ୍ଡି ବିଜୟ ମେହେରଙ୍କ ସଭାପତିତ୍ୱରେ ଏକ ସ୍ୱାଗତ ସଭା ଅନୁଷ୍ଠିତ ହୋଇଥିଲା । ସଭାକୁ ମାନସ ରଞ୍ଜନ ଶତପଥୀ ପରିଚାଳନା କରିଥିଲାବେଳେ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପୂଜାରାଣୀ ନାୟକ ଓ ବୃନ୍ଦବତୀ ସାହୁ ବିଦ୍ୟାଳୟର ନିୟମ ବିଷୟରେ ନୂତନ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ପ୍ରତ୍ୟେକ ପିଲାଙ୍କୁ ଏକ ପ୍ରବେଶ ପତ୍ର, ବେଜ, ବେଲ୍ଟ, ଖାତା ଓ କଲମ ଦିଆଯାଇଥିଲା । ପିଲା ମାନଙ୍କୁ ମିଠାନ୍ନ ବଣ୍ଟନ କରାଯାଇଥିଲା । ପରିଶେଷରେ ଜ୍ୟୋତ୍ସ୍ନାରାଣୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରବୀନ ପଧାନ, ମନୀଷା ଭୋଇ, ପ୍ରଭାତ ସାହୁ, ଖୁସବୁ ବରିହା, ଜ୍ୟୋତିରେଖା ମହାନନ୍ଦ, ଅମନ ପଣ୍ଡା, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ନୀଳିମା ରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର, କମଳା କୁମ୍ଭାର ଓ ପ୍ରଭାସିନୀ ସାହୁ ସଫଳ ମଣ୍ଡିତ କରିଥିଲେ ।