csstore

ଲଖମରା ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଲଖମରାରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ହୋତାଙ୍କ ତତ୍ତ୍ୱାବଧାନରେ ବାଳବାଟିକା ତଥା ନୂତନ ଭାବରେ ନାମ ଲେଖାଇଥିବା ପ୍ରଥମରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ବାସନ୍ତୀ ବାଲାମ, ଶିକ୍ଷାପ୍ରେମୀ ମଧୁସୂଦନ ଦାସ, ସମାଜସେବୀ ନାରାୟଣ ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ତ୍ରିବିକ୍ରମ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରଥମେ ପିଲାମାନଙ୍କୁ ଫୁଲଚନ୍ଦନ ଲଗାଇ ସ୍ୱାଗତ କରାଗଲା । ତାପରେ ଅତିଥି ତଥା ମାତାପିତାଙ୍କ ଉପସ୍ଥିତିରେ ପ୍ରଧାନଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଖଡିଛୁଆଁ କାର୍ଯ୍ୟକ୍ରମ କରାଗଲା । ଏହାପରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ବ୍ରଜକିଶୋର ଭିଲଙ୍କ ଦ୍ୱାରା ସରକାରଙ୍କ ନିର୍ଦ୍ଦେଶିତ ବୈଠକ ଆୟୋଜନ କରାଯାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବାରା ପିଲାମାନଙ୍କୁ ଷ୍ଟଲ ଗୁଡିକରେ ବିଭିନ୍ନ କାର୍ଯ୍ୟକଳାପ କରାଗଲା ଓ ବିଦ୍ୟାଳୟ ପରିବେଶ ସହିତ ପରିଚିତ କରାଗଲା । ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରାଇବାରେ ଶ୍ରୀମତୀ ରଜନୀ ଭୋଇ, ଯୁଧିଷ୍ଠିର ପ୍ରଧାନ, ଶ୍ରୀମତୀ ମିନିତା ବରିହା, ଶ୍ରୀମତୀ କଳ୍ପନା ସାହୁ, ଶ୍ରୀମତୀ ରଶ୍ମିତା ଦଣ୍ତସେନା, ଅନିରୁଦ୍ଧ ଖମାରୀ, ସୁଶାନ୍ତ ଭୋଇ, ଅକ୍ଷୟ କୁମାର ପଟେଲ, ଉମା ସାହୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ । ପରିଶେଷରେ ଶପଥ ପାଠ କରାଯାଇ ଦେବବ୍ରତ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.