ବ୍ରାହ୍ମଣ ସମାଜର ସାମୁହିକ ବ୍ରତୋପନୟନ – ୧୬ ଯୋଡା ବ୍ରହ୍ମଚାରୀଙ୍କ ବ୍ରତୋପନୟନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବ୍ରାହ୍ମଣ ସମାଜ ଦ୍ୱାରା ଶୁକ୍ରବାର ଦିନ ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରେ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ରତୋପନୟନରେ ସହରର ବିଭିନ୍ନ ପରିବାରର ୧୬ ଯୋଡା ବ୍ରହ୍ମଚାରୀଙ୍କ ବ୍ରତୋପନୟନ ଅନୁଷ୍ଠିତ ହୋଇଛି । ଏହି ସାମୁହିକ ବ୍ରତୋପନୟନରେ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ବ୍ରହ୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସାମୁହିକ ବ୍ରତୋପନୟନରେ ସମାଜର ସଭାପତି ଚିନ୍ମୟ କୁମାର ଯୋଷୀ, ଉପ-ସଭାପତି ଶିକ୍ଷକ ବିଜୟ ମିଶ୍ର, ସମ୍ପାଦକ ସରୋଜ ପଣ୍ଡା, ସହ-ସମ୍ପାଦକ ଜୟବ୍ରତ ସାହୁ, କୋଷାଧ୍ୟକ୍ଷ ଜନାର୍ଦ୍ଦନ ଠାକୁର, କାର୍ଯ୍ୟକର୍ତ୍ତା- ଦେବାଶିଷ ମିଶ୍ର,ସଂଜୟ ପଣ୍ଡା, ରାଜେଶ ମିଶ୍ର, ବିନୋଦ ମହାପାତ୍ର, ନିଶିକାନ୍ତ ମହାପାତ୍ର, ରବିନାରାୟଣ ତ୍ରିପାଠି, ସୋମନାଥ ପାତ୍ରଙ୍କ ପ୍ରଚେଷ୍ଟାକୁ ବିଧାୟକ ଶ୍ରୀ ବାଗ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.