ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ହେମାଲି ଶ୍ରମିକଙ୍କ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଉପକଣ୍ଠସ୍ଥ କେନ୍ଦପାଲି ପଣ୍ୟାଗାର ନିଗମର ଗତ ଜୁନ ମାସରୁ ବନ୍ଦ୍ ରହିଥିବା ଯୋଗୁଁ ସେଠାରେ ଶ୍ରମିକ ଭାବେ କାର୍ୟ୍ୟ କରୁଥିବା ଶତାଧିକ ହେମାଲି ରୋଜଗାର ହରାଇ ହଇରାଣ ହେଉଛନ୍ତି । ପଣ୍ୟାଗାର କାର୍ୟ୍ୟକ୍ଷମ କରି ଶ୍ରମିକଙ୍କୁ ରୋଜଗାର ଯୋଗାଇବାକୁ ସେମାନେ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ଆଜି ହେମାଲି ମାନେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପଣ୍ୟାଗାର ତୁରନ୍ତ ଖୋଲିବାକୁ ଶ୍ରମିକ ମାନେ ଜିଲ୍ଲାପାଳଙ୍କ ଠାରେ ଦାବୀ କରିଛନ୍ତି ।

Leave A Reply

Your email address will not be published.